ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଦଳର ନେତା ତଥା ସାଂସଦ ରାଘବ ଚଢ଼ାଙ୍କୁ ସହ-ପ୍ରଭାରୀ କରିଛି। ପଞ୍ଜାବ ବିଧାନସଭା ନିର୍ବାଚନରେ ​​ମଧ୍ୟ ରାଘବ ଚଢ଼ା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି କାରଣରୁ ପଞ୍ଜାବ ହାତେଇବା ଆପ୍ ପାଇଁ ସହଜ ହୋଇଥିଲେ। ରାଘବଙ୍କ ଏହି ସଫଳତାକୁ ଦେଖି ଆମ୍ ​​ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କୁ ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ​​ସହ-ପ୍ରଭାରୀ କରିଛି। ତେବେ ପଞ୍ଜାବରେ, ଆପ୍ ୧୧୭ଟି ମଧ୍ୟରୁ ୯୨ଟି ସିଟ୍ ଜିତି ୭୯ପ୍ରତିଶତ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ପଞ୍ଜାବ ହାତେଇବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ହାତେଇବା ପାଇଁ ମିଶନ ଗୁଜରାଟ ଆରମ୍ଭ କରିଛି ଆପ୍।
ରାଘବ ଚଢ଼ା ଉଭୟ ଦିଲ୍ଲୀ ଏବଂ ପଞ୍ଜାବରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ପାର୍ଟି ତାଙ୍କୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚେହେରା ଭାବରେ ମଧ୍ୟ ଦେଖେ। ଏସବୁକୁ ଦୃଷ୍ଟିରେ ରଖି ରାଘବଙ୍କୁ ନୂଆ ଦାୟିତ୍ବ ଦେବା ସହ କ୍ଷମତାକୁ ଆସିଲେ ଆମ୍ ଆଦମୀ ପାର୍ଟି ଯୁବପିଢ଼ିମାନଙ୍କ ପାଇଁ ଉନ୍ନତ ଶିକ୍ଷା, ଚାକିରି ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରତିଶ୍ରୁତି ଦେଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତା ହାସଲ କରିବାରେ ସଫଳ ହୋଇଥିବା ଆମ୍ ଆଦମୀ ପାର୍ଟିର ପରବର୍ତ୍ତୀ ଟାର୍ଗେଟ ହେଉଛି ଗୁଜରାଟ। ଏହି କାରଣରୁ ଗତ କିଛି ମାସ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ ଅନେକ ଥର ରାଜ୍ୟ ଗସ୍ତ କରିଛନ୍ତି। ସମସ୍ତଙ୍କ ପାଇଁ ଚାକିରି, ମାଗଣା ବିଦ୍ୟୁତ୍, ଜଳ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମ ମୁ୍ଖିଆଙ୍କ ପାଇଁ ଆପ୍ ସ୍ଥିର ଦରମା ମଧ୍ୟ ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-224.jpg)