ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ ହୋଇଛନ୍ତି। ମହେଶ କୁମାର ଦେବ ନଗର (ୱାର୍ଡ ନଂ ୮୪)ର କାଉନସିଲର। ସେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ପରାସ୍ତ କରିଛନ୍ତି। ଦିଲ୍ଲୀ ମେୟର ନିର୍ବାଚନରେ ମହେଶ କୁମାରଙ୍କ ବିଜୟ ପରେ ଦଳର ସାଂସଦ ସଞ୍ଜୟ ସିଂହ ଓ ଅନ୍ୟ ନେତାମାନେ ବିଧାନସଭା ଭିତରେ ବିଜୟ ସଙ୍କେତ ଦେଖାଇଥିଲେ ଓ ଦଳର ସମର୍ଥକମାନେ ଉତ୍ସବ ମନାଇଥିଲେ ।
ମେୟର ପଦ ଆପ ହାତେଇବା ସତ୍ତ୍ବେ ଦଳ ପାଇଁ ଚିନ୍ତାର ବିଷୟ ହେଉଛି ଯେ ଏହାର କେତେକ ପାର୍ଷଦ ବିଜେପିକୁ ଭୋଟ ଦେଇଥିଲେ । ବିଜେପି ପାଖରେ ୧୨୦ ଖଣ୍ଡ ଭୋଟ ଥିବା ବେଳେ ମେୟର ନିର୍ବାଚନରେ ୧୩୦ ଖଣ୍ଡ ଭୋଟ୍ ମିଳିଥିଲା। ଅର୍ଥାତ୍ ବିଜେପିକୁ ୧୦ଟି ଅଧିକ ଭୋଟ୍ ମିଳିଛି। ଆପ୍ ର ୧୦ ଜଣ କାଉନସିଲର ବିଜେପିକୁ ଭୋଟ୍ ଦେଇଛନ୍ତି।

ବିଜେପି ସାଂସଦ ମନୋଜ ତିୱାରୀ ଓ ବାଂଶୁରୀ ସ୍ବରାଜ ଦିଲ୍ଲୀ ମେୟର ନିର୍ବାଚନରେ ଭୋଟ୍ ଦେଇଥିଲେ। ତେବେ ଏହି ନିର୍ବାଚନରେ ମୋଟ ୫ ଜଣ ପାର୍ଷଦ ଓ ଜଣେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଭୋଟ୍ ଦେଇନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/14/FeeY34zw7tEORaG5SDoh.jpeg)