ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସୋମବାର ଦିନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୯ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା। ସିବିଆଇର ପଚରାଉଚରା ପରେ ଆମ୍ ଆଦମୀ ପାର୍ଟି(ଆପ୍) ବିଜେପିର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛି। ଏହି ସମୟରେ, ଆପ୍  ମୁଖପାତ୍ର ତଥା ବିଧାୟକ ସୌରଭ ଭରଦ୍ୱାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କହିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଲାଏ ଡିଟେକ୍ଟର ପରୀକ୍ଷା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି।

Advertisment

ସୌରଭ ଭରଦ୍ବାଜ କହିଛନ୍ତି ଯେ, "ସିବିଆଇ ମିଥ୍ୟା ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିଥିଲା। ବିଜେପି କହୁଛି ଯେ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଲାଏ ଡିଟେକ୍ଟର ପରୀକ୍ଷା କରିବା ଉଚିତ୍। ମୋର ବିଶ୍ୱାସ ଯେ ସବୁଠାରୁ ବଡ ମିଥ୍ୟାବାଦୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେଥିପାଇଁ ପ୍ରଥମେ ତାଙ୍କର ଲାଏ ଡିଟେକ୍ଟର ପରୀକ୍ଷା କରାଯିବା ଉଚିତ।"

ସୌରଭ ଭରଦ୍ୱାଜଙ୍କ କହିବା ମୁତାବକ, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ସେ ଲାଏ ଡିଟେକ୍ଟର ପରୀକ୍ଷା କରାଇ ଇଡି ଏବଂ ସିବିଆଇ ନିରପେକ୍ଷ ଏଜେନ୍ସି ଅଟେ। କେନ୍ଦ୍ର ସରକାରଙ୍କ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି କୁହନ୍ତୁ। ଏହା ପରେ ସତ କିଏ କହୁଛି ଆଉ ମିଛ କିଏ, ତାହା ଜଣାପଡ଼ିବ।