ଅମୀର ଖାନ୍‌, ନଶିରୁଦ୍ଦିନ୍‌ ଶାହ ଓ ନବଜୋତ୍‌ ସିଂହ ସିଦ୍ଧୁ ହେଉଛନ୍ତି ବିଶ୍ୱାସଘାତକ

ନୂଆଦିଲ୍ଲୀ : ଲୋକପ୍ରିୟ ଅଭିନେତା ଅମୀର ଖାନ୍‌,ନଶିରୁଦ୍ଦିନ୍‌ ଶାହା ଓ କଂଗ୍ରେସ ନେତା ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ବିଶ୍ୱାସଘାତକ ବୋଲି ଆଖ୍ୟା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର। ସେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ମତ ଦେଇଛନ୍ତି ଯେ, ଭାରତ ଅଜମଲ କସାବ୍‌ ଭଳି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମୁସଲମାନଙ୍କର ଆବଶ୍ୟକ କରୁ ନାହିଁ। କିନ୍ତୁ ଏ ପି ଜେ ଅବଦୁଲ କାଲାମ୍‌ଙ୍କ ଭଳି ଦେଶଭକ୍ତଙ୍କୁ ଦେଶ ଦରକାର କରୁଛି।


ଯେଉଁ ମୁସଲମାନ ବ୍ୟକ୍ତି କସାବ୍‌ ରାସ୍ତାରେ ଯାଉଛନ୍ତି ସେମାନଙ୍କୁ ବିଶ୍ୱାସଘାତକ କୁହାଯିବ ବୋଲି କହିଛନ୍ତି ଇନ୍ଦ୍ରେଶ କୁମାର। ଅମୀର ଖାନ୍‌ , ନାଶିରୁଦ୍ଦିନ ଶାହା ଓ ନବଜୋତ ସିଂହ ସିଦ୍ଧୁ ଭଲ କଳାକାର ହୋଇପାରନ୍ତି ,ମାତ୍ର ସେମାନେ ବିଶ୍ୱାସଘାତକ ପଦବାଚ୍ୟ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଳିମ୍ବ ପଛରେ କଂଗ୍ରେସ, ବାମ ଦଳ ସାଂପ୍ରଦାୟିକ ଆଞ୍ଚଳିକ ଶକ୍ତି ଓ କିଛି ବିଚାରପତିଙ୍କୁ ଦାୟୀ କରିଛନ୍ତି ଇନ୍ଦ୍ରେଶ କୁମାର।

ସମ୍ବନ୍ଧିତ ଖବର