ପଞ୍ଜାବ ବିଜୟ ପରେ ଗୁଜରାଟ ଉପରେ ‘ଆପ୍’ର ନଜର; ଏପ୍ରିଲ୍‌ରେ ‘ତ୍ରିରଙ୍ଗା ଯାତ୍ରା’

ଅହମଦାବାଦ: ପଞ୍ଜାବରେ ବିଜୟ ହାସଲ କରିବା ପରେ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ‘ଆମ୍‌ ଆଦ୍‌ମୀ ପାର୍ଟି ଯୋଜନା ଆରମ୍ଭ କରିଛି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଗୁରୁବାର ଦିନ ‘ଆପ୍‌’ ଲେଖିଛି, ଦିଲ୍ଲୀ ଏବଂ ପଞ୍ଜାବ ପରେ ଏବେ ଗୁଜରାଟ୍‌ ‘ଆପ୍‌’କୁ ଚାହୁଁଛି।

ପ୍ରାପ୍ତ ସୂଚନା ଅନୁସାରେ, ଗୁଜରାଟ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଚଳାଇବାକୁ ‘ଆପ୍‌’ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ‘ତ୍ରିରଙ୍ଗା ଯାତ୍ରା’ ଆରମ୍ଭ କରିବ। ଗୁଜରାଟର ସମସ୍ତ ଜିଲ୍ଲାର ତହସିଲ୍‌ ଏବଂ ଗ୍ରାମ ପଞ୍ଚାୟତରେ ଚାଲିବ।

Image Courtesy of The Financial Express

‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ତାଙ୍କ ଦଳର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଭଗୱନ୍ତ୍‌ ମାନ୍‌ ଅବିଳମ୍ବେ ଗୁଜରାଟ ଗସ୍ତରେ ଯିବେ।

ଉଲ୍ଲେଖଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ‘ଆପ୍‌’ କଂଗ୍ରେସ ହାତରୁ ପଞ୍ଜାବ ରାଜ୍ୟକୁ ଅକ୍ତିଆର୍‌ କରିଛି। ସମୁଦାୟ ୧୧୭ ଆସନବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ‘ଆପ୍‌’ ୯୨ଟି ଆସନ ହାସଲ କରିଛି। ଏଥିରେ କଂଗ୍ରେସ ମାତ୍ର ୧୮ଟି, ‘ଏସ୍‌ଏଡି’ ମେଣ୍ଟ୍‌ ୪ଟି ଏବଂ ବିଜେପି ଏବଂ ତା’ର ସମର୍ଥକ ଦଳମାନେ ମାତ୍ର ୨ଟି ଆସନ ପାଇଛନ୍ତି।

 

ସମ୍ବନ୍ଧିତ ଖବର