ଉତ୍ତରାଖଣ୍ଡରେ କ୍ଷମତାକୁ ଆସିଲେ ୬ମାସରେ ୧ଲକ୍ଷ ଚାକିରି ସହ ବେରୋଜଗାରଙ୍କୁ ୫,୦୦୦ଟଙ୍କା ଲେଖାଏଁ ଭତ୍ତା ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ସାରା ଦେଶରେ କୌଣସି ରାଜ୍ୟ ସରକାର ଅତ୍ୟାବଶକୀୟ ବିଜୁଳି ବ୍ୟବସ୍ଥାକୁ ଗୁରୁତ୍ୱ ଦେଉନଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାଧାରଣ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଦେବାର ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । କେବଳ ପ୍ରତିଶ୍ରୁତି ନୁହେଁ ଦିଲ୍ଲୀରେ ସେ ଏହାକୁ କରି ଦେଖାଇଛନ୍ତି ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି କେଜ୍ରିୱାଲ ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ କ’ଣ କରାଯାଇ ପାରିବ ତା’ର ଏକ ରୋଡ ମ୍ୟାପ ଲୋକଙ୍କୁ ଦେଖାଇଛନ୍ତି । ଆଗକୁ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ କେଜ୍ରିୱାଲ କହିଛନ୍ତି ଯେ, ଯଦି ଆପକୁ ଉତ୍ତରାଖଣ୍ଡବାସୀ ସରକାର ଗଠନ କରିବାର ସୁଯୋଗ ଦିଅନ୍ତି ତେବେ ବେରୋଜଗାର ଯୁବକ-ଯୁବତୀଙ୍କ ପରିବାରକୁ ମାସିକ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଏହାସହ ସରକାର ଗଠନ ହେବାର ୬ ମାସ ମଧ୍ୟରେ ରାଜ୍ୟର ୧ ଲକ୍ଷ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

हल्द्वानी पहुंचे आप प्रमुख अरविंद केजरीवाल.
www.aajtak.in

ସେ କହିଛନ୍ତି କି ସେ ସରକାରୀ ଚାକିରି ହେଉକି ଘରୋଇ ସବୁ କ୍ଷେତ୍ରରେ ରାଜ୍ୟର ଯୁବକ-ଯୁବତୀଙ୍କୁ ୮୦ ପ୍ରତିଶତ ସଂରକ୍ଷଣ ଯୋଗାଇ ଦିଆଯିବ । ସେଠାରେ ସେ ବିରୋଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପିକୁ ଯଦି ଆପଣମାନେ ଭୋଟ ଦେଉଛନ୍ତି ଅନ୍ୟ କିଛି ମିଳିବାର ଆଶା ନ କରି ପ୍ରତିମାସରେ ଜଣେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଦେଖିବାକୁ ପାଇବେ ହେଲେ ଆପ୍ ସରକାର ଆସିଲେ ୫ ବର୍ଷର ସ୍ଥିର ସରକାର ଓ ଜଣେ ମୁଖ୍ୟମନ୍ତ୍ରୀ ଦେଖିବେ ।

ନିର୍ବାଚନୀ ପ୍ରତିଶ୍ରୁତି

– ପ୍ରତି ବେରୋଜଗାରଙ୍କୁ ରୋଜଗାର
– ରୋଜଗାର ନମିଳିବା ଯାଏଁ ପ୍ରତିମାସ ୫ ହଜାର ଟଙ୍କା ଭତ୍ତା
– ସରକାରୀ ଓ ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବକ ଯୁବତୀଙ୍କୁ ୮୦ ପ୍ରତିଶତ ସଂରକ୍ଷଣ
– ସରକାର ଗଠନର ୬ ମାସ ମଧ୍ୟରେ ୧ ଲକ୍ଷ ବେକାରୀଙ୍କୁ ସରକାରୀ ଚାକିରି
– ସାଧାରଣ ଲୋକଙ୍କ ପାଇଁ ମାସିକ ମାଗଣାରେ ୩ ଶହ ୟୁନିଟ୍ ବିଜୁଳି
– ରାଜ୍ୟରେ ନିଯୁକ୍ତି ପାଇଁ ‘ଜବ୍ ପୋର୍ଟାଲ’

ସମ୍ବନ୍ଧିତ ଖବର