ଟିକେଟ ପାଇଁ କେଜ୍ରିଓ୍ଵାଲଙ୍କୁ ୬ କୋଟି ଟଙ୍କା ଦେବା ଘଟଣା: ଆପ୍‌ ପ୍ରାର୍ଥୀ କହିଲେ ପୁଅ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା

ନୂଆଦିଲ୍ଲୀ : ଆସନ୍ତାକାଲି ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ କିଛି ସମୟ ପୂର୍ବରୁ ଆପ୍‌ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ପଶ୍ଚିମ ଦିଲ୍ଲୀରୁ ଆପ୍‌ର ପ୍ରାର୍ଥୀ ଥିବା ବଳବୀର ସିଂହ ଝାକଡ଼ଙ୍କ ପୁଅ ଉଦୟ ଝାକଡ଼ କେଜ୍ରିଓ୍ଵାଲଙ୍କୁ ନେଇ ଏକ ବଡ଼ ବୟାନ ଦେଇଥିଲେ । ଲୋକସଭା ନିର୍ବାଚନରେ ଟିକେଟ ପାଇବା ପାଇଁ ଆପ୍‌ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ତାଙ୍କ ବାପା ୬କୋଟି ଟଙ୍କା ଦେଇଥିଲେ ବୋଲି କହିଥିଲେ ଉଦୟ । ତେବେ ଉଦୟଙ୍କ ଅଭିଯୋଗ ପରେ ଏବେ ତାଙ୍କ ବାପା ବଳବୀର ସିଂହଙ୍କ  ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ତାଙ୍କ କହିବା ଅନୁଯାୟୀ, ଉଦୟ ଜନ୍ମ ହେବା ପରେ ଆମେ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ନେଇଥିଲୁ । ଉଦୟ ଏବେ ତା’ର ମା’ ପାଖରେ ରହୁଛି । ମୁଁ ମୋର ପ୍ରାର୍ଥୀତ୍ୱକୁ ନେଇ କେବେ ହେଲେ ଉଦୟ ସହ ଆଲୋଚନା କରି ନାହିଁ । ଆମେ ଖୁବ୍‌ କମ କଥା ହେଉ । ସେ ମୋ ସହ ମାତ୍ର ୬-୭ମାସ ରହିଛି । ଟଙ୍କା ଦେବା କଥାକୁ ନେଇ ସେ ଯାହା ବି କହିଛି ତାହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ବଲବୀର ସିଂହ ।

ତେବେ ଏଭଳି ଖବର ଆସିବା ପରେ ବିଜେପି ନେତା ପ୍ରବୀନ ଖଣ୍ଡେଲଓ୍ଵାଲ ଘଟଣାର ଯାଞ୍ଚ ଲାଗି  ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର