ନାମାଙ୍କନ ପତ୍ର ଖାରଜ ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଆପ ପ୍ରାର୍ଥୀ

ନୂଆଦିଲ୍ଲୀ: ନାମାଙ୍କନ ପତ୍ର ଖାରଜ ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଆମ୍ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ | ରିଟର୍ଣ୍ଣିଂ ଅଫିସର ନାମାଙ୍କନ ପତ୍ରକୁ ଖାରଜ କରିବା ପରେ ଆପର ଜଣେ ପ୍ରାର୍ଥୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଜି ମୁଜାଫରନଗରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜକୁ ଜାଳିଦେବା ପାଇଁ ଆପ ପ୍ରାର୍ଥୀ ଯୋଗୀନ୍ଦର ସିଂ ତାଙ୍କ ପୋଷାକ ଉପରେ କିରୋସିନି ଢାଳିଥିବା ଅଭିଯୋଗ ହୋଇଛି। ସେ ମିରାନପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆବେଦନ କରିଥିଲେ ବୋଲି ଜଣାପଡିଛି ।

ତେବେ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବାରୁ ଯୋଗୀନ୍ଦରଙ୍କ ଜୀବନ ବଞ୍ଚିଯାଇଥିଲେ ବି ପରେ ଯୋଗୀନ୍ଦର ସିଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ | ନାମାଙ୍କନ ପତ୍ରରେ ଥିବା ଭୁଲକୁ ସୁଧାରିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରି ସେ ଧାରଣାରେ ବସିଥିଲେ ବୋଲି ଜଣାପଡିଛି |

ସରକାରୀ ସୂତ୍ରରୁ ପ୍ରକାଶ ଯେ ଯୋଗୀନ୍ଦର ସିଂଙ୍କ ନାମାଙ୍କନ ପତ୍ରରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଯୋଗୁଁ ରିଟର୍ଣ୍ଣିଂ ଅଫିସର ଜୟନ୍ଦର କୁମାର ତାଙ୍କ ନାମାଙ୍କନ ପତ୍ର ଖାରଜ  କରିଥିଲେ।

ସମ୍ବନ୍ଧିତ ଖବର