ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଚଣ୍ଡିଗଡ଼ର ନୂଆ ମେୟର ଭାବେ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। ଏହାପରେ ସୁପ୍ରିମ୍ କୋର୍ଟ ଭିଡିଓ ଫୁଟେଜ୍ କୁ ସିଲ୍ କରି ଭୋଟ୍ ଦେଇ ପଞ୍ଜାବ-ହରିୟାଣା କୋର୍ଟକୁ ପଠାଇବା ସହ ପ୍ରିଜାଇଡିଂ ଅଧିକାରୀ ଅନିଲ ମସିହଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ କହିଛନ୍ତି । ସୁପ୍ରିମ୍ କୋର୍ଟ ନାକଚ ହୋଇଥିବା ୮ଟି ଭୋଟ୍ କୁ ବୈଧ ଘୋଷଣା କରିଥିଲେ ଓ ୧୨ଟି ଭୋଟ୍ ସହ ମିଶାଇ ଗ୍ରହଣ କରିଥିଲେ, ଯାହା ପରେ କୁଲଦୀପ କୁମାରଙ୍କୁ ମେୟର ଘୋଷଣା କରାଯାଇଥିଲା।

Advertisment

ସିଜେଆଇ କହିଛନ୍ତି ଯେ ଭିଡିଓ ଦେଖିବା ପରେ ଜଣାପଡିଛି ଯେ ରିଟର୍ଣ୍ଣିଂ ଅଫିସର ଅନୀଲ ମସିହ କିଛି ବାଲଟ୍ ପେପରରେ ଏକ ସ୍ୱତନ୍ତ୍ର ଚିହ୍ନ ଲଗାଇଥିଲେ । ସମସ୍ତ ୮ଟି ଭୋଟ୍ ଆବେଦନକାରୀ ପ୍ରାର୍ଥୀ (କୁଲଦୀପ କୁମାର)ଙ୍କୁ ମିଳିଥିଲା। ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ଭୋଟ୍ କୁ ଅବୈଧ କରିବା ପାଇଁ ଏହି ଚିହ୍ନ ରଖିଥିଲେ। ଯଦି ତାଙ୍କ କାର୍ଯ୍ୟରେ ଭୁଲ୍ ପ୍ରମାଣିତ ହୁଏ ତେବେ ଆମେ ଆରଓଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ଚେତାବନୀ ଦେଇଥିଲୁ। ପ୍ରିଜାଇଡିଂ ଅଫିସର ସ୍ପଷ୍ଟ ଭାବରେ ତାଙ୍କ ଅଧିକାର ବାହାରେ କାର୍ଯ୍ୟ କରିଥିଲେ।