ନୂଆଦିଲ୍ଲୀ: ଦିଲ୍ଲୀ ମେୟର ନିର୍ବାଚନର ଦୁଇଦିନ ନପୂରଣୁ ଆଜି ସନ୍ଧ୍ୟାରେ ଏମ୍ସିଡି ଭବନ ଭିତରେ ବିଜେପି ଓ ଆପ୍ କାଉନସିଲରମାନେ ମୁହାଁମୁହିଁ ହେବା ସହ ହାତାହାତି ହୋଇଛନ୍ତି। ପରସ୍ପର ମଧ୍ୟରେ ବିଧା, ଗୋଇଠା, ମୁଥ ମରାମରି ହେବା ସହ ଏମସିଡି ଭବନକୁ ରଣକ୍ଷେତ୍ରରେ ପରିଣତ କରି ଦେଇଛନ୍ତି।
ବିଜେପି କାଉନସିଲରମାନେ ଦିଲ୍ଲୀ ମେୟର ଶେଲି ଓବରୟଙ୍କୁ ଆକ୍ରମଣ କରିଛନ୍ତି ବୋଲି ଆପ୍ ଅଭିଯୋଗ କରିଛି। ଆପ୍ ଅଭିଯୋଗ କରିଛି ଯେ ଗୃହରେ ବୈଠକ ଚାଲିଥିବା ସମୟରେ ବିଜେପି କାଉନସିଲରମାନେ ଦିଲ୍ଲୀ ମେୟର ଶେଲି ଓବରୟଙ୍କୁ ଆକ୍ରମଣ କରିଥିଲେ।
ଆପ୍ ବିଧାୟକ ସୌରଭ ଭରଦ୍ୱାଜ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦିଲ୍ଲୀ ପୁଲିସର ତିନି ଜଣ ମହିଳା ଅଧିକାରୀ ମେୟର ଶେଲି ଓବରୟଙ୍କ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।
— Saurabh Bharadwaj (@Saurabh_MLAgk) February 24, 2023
ଭିଡିଓରେ ଭରଦ୍ୱାଜ ବିଜେପି କାଉନସିଲରଙ୍କ ଆକ୍ରମଣର ଶିକାର ହୋଇଥିବା ଓବରୟଙ୍କୁ ବଞ୍ଚାଇବା ପାଇଁ ତିନି ଜଣ ମହିଳା ପୁଲିସ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଜଣେ ମହିଳା ଅଧିକାରୀଙ୍କୁ ପଚରାଉଚରା କରିବାରୁ ମହିଳା ଜଣକ ତାଙ୍କ ହାତ ଦେଖାଇ କହିଥିଲେ ଯେ ଓବରୟଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବିଜେପି କାଉନସିଲର ତାଙ୍କ ହାତ କାଟି ଦେଇଥିଲେ। ଏହାପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।