ଉତ୍ତରାଖଣ୍ଡରେ କେଜ୍ରିୱାଲଙ୍କୁ ବଡ ଝଟକା: ବିଜେପିରେ ଯୋଗ ଦେଲେ ଉତ୍ତରାଖଣ୍ଡ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଡେରାଡୁନ: ୨୦୨୨ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା କର୍ଣ୍ଣେଲ ଅଜୟ କୋଠିଆଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କର ପ୍ରାୟ ୧୫୦ ସମର୍ଥକଙ୍କ ସହ କୋଠିଆଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ରାଜ୍ୟ ସଭାପତି ମଦନ କୌଶିକଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କୋଠିଆଲ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଆପରେ ଯୋଗଦେବା ତାଙ୍କର ସବୁଠାରୁ ବଡ ଭୁଲ ଥିଲା |

ଦଳରେ ଯୋଗଦେବା ପରେ କୋଠିଆଲ କହିଛନ୍ତି ଯେ ସେ ବିଜେପିର ଆଦର୍ଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ। ସୂଚନା ଥାଉ କି ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ଆପ ପକ୍ଷରୁ କର୍ଣ୍ଣେଲ ଅଜୟ କୋଠିଆଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷିତ କରାଯାଇଥିଲା। ତେବେ ୨୦୨୨ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର କୌଣସି ପ୍ରାର୍ଥୀ ଜିତିପାରିନଥିଲେ |

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାଗଣା ବିଦ୍ୟୁତ ଯୋଜନା ସମେତ ଅନେକ ନିର୍ବାଚନ ପ୍ରତିଶ୍ରୁତି ସତ୍ତ୍ୱେ ଆପ ନିର୍ବାଚନରେ ​​ଖାତା ମଧ୍ୟ ଖୋଲିପାରିନଥିଲା | ତେବେ ଏହା ପରେ ଦୀପକ ବାଲିଙ୍କୁ ଆପର ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଥିଲା | ଆଉ ଦୀପକ ଦାୟିତ୍ୱ ନେବା ପରେ ଏହାକୁ ନେଇ କୋଠିଆଲ କ୍ଷୁବ୍ଧ ହୋଇଥିଲେ | ଏହା ପରେ ସେ ଆପରୁ ଇସ୍ତଫା ଦେଇଥିଲେ |

ସମ୍ବନ୍ଧିତ ଖବର