ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମେଣ୍ଟ କରିବେ କି ନାହିଁ ତାକୁ ନେଇ ଏପର୍ଯ୍ୟନ୍ତ ଲାଗି ରହିଥିବା ସଂଦେହ ଦୂର ହେବାକୁ ଯାଉଛି । ଖୁବଶୀଘ୍ର ମେଣ୍ଟ ନେଇ ଉଭୟ ଦଳ ଘୋଷଣା କରିବାର ସମ୍ଭାବନା ରହିଛୁ ।

Advertisment

ସୂଚନା ଅନୁସାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଏବଂ କଂଗ୍ରେସ ପ୍ରଭାରୀ ଦୀପକ ବାବରିଆଙ୍କ ମଧ୍ୟରେ ଏ ନେଇ ଦୀର୍ଘ ଦିନ ଧରି କଥାବାର୍ତ୍ତା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୫ଟି ଆସନ ଦେଉଛି।  ଆମ୍ ଆଦମୀ ପାର୍ଟି ଏଥିରେ ରାଜି ହୋଇଥିବା କୁହାଯାଉଛି। ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ସୋମବାର ମଧ୍ୟ ମେଣ୍ଟ ଘୋଷଣା ହୋଇପାରେ ।

କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୫ଟି ଆସନ ଦେଉଛି।  ଆମ୍ ଆଦମୀ ପାର୍ଟି ଏଥିରେ ରାଜି ହୋଇଥିବା କୁହାଯାଉଛି। ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ସୋମବାର ମଧ୍ୟ ମେଣ୍ଟ ଘୋଷଣା ହୋଇପାରେ ।

ଉଭୟ କଂଗ୍ରେସ ଓ ତାଙ୍କ ଦଳ ନିଜର ବ୍ୟକ୍ତିଗତ ଅଭିଳାଷକୁ ବାଦ୍ ଦେଇ ହରିୟାଣା ନିର୍ବାଚନ ପାଇଁ ମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାଘବ ଚଢ଼ା ରବିବାର କହିଛନ୍ତି। ମେଣ୍ଟକୁ ନେଇ ଆଲୋଚନା ସକାରାତ୍ମକ ଦିଗରେ ଗତି କରୁଛି। ଖୁବଶୀଘ୍ର ଭଲ ଫଳାଫଳ ଆସିବ ବୋଲି ଆଶା କରୁଛୁ। ତେବେ ଉଭୟ ପକ୍ଷ ପାଇଁ ଫାଇଦାନ ନଥିଲେ ଆମ୍ ଆଦମୀ ପାର୍ଟି ମେଣ୍ଟ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଘବ ଚଢ଼ା କହିଛନ୍ତି, ସକାରାତ୍ମକ ବାତାବରଣରେ ଆଲୋଚନା ହେଉଛି। ଉଭୟ ଦଳ ପ୍ରତ୍ୟେକ ଦେଶର ଲୋକଙ୍କ ଦାବିକୁ ପ୍ରାଥମିକତା ଦେଉଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ଆମେ ଏକାଠି କାମ କରୁଛୁ।