ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହରିୟାଣା ଯମୁନା ନଦୀକୁ ବିଷାକ୍ତ କରିଛି ବୋଲି କେଜ୍ରିୱାଲ୍ଙ୍କ ଅଭିଯୋଗକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି ମୋଦୀ। କହିଛନ୍ତି ଯେ ଏହା କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ପାଇଁ ଅପମାନଜନକ କଥା।
ଦିଲ୍ଲୀର କରତାର ନଗରରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏପରି କହିଛନ୍ତି। ସେ ଆହୁରି ବି କହିଛନ୍ତି କି ଧାନସଭା ନିର୍ବାଚନରେ ​​ହାରିବା ଭୟରେ ଦଳ "ବିଚଳିତ" ହୋଇ ଭୟରେ ଆଡୁସାଡୁ କହୁଛନ୍ତି।
"ଦିଲ୍ଲୀର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଆଣାର ଲୋକଙ୍କ ଉପରେ ଘୃଣ୍ୟ ଅଭିଯୋଗ ଆଣିଛନ୍ତି। ହାରିବା ଭୟରେ ସେ ଏପରି ହେଉଛନ୍ତି। ହରିଆଣାର ଲୋକମାନେ କ'ଣ ଦିଲ୍ଲୀର ଲୋକଙ୍କଠାରୁ ଭିନ୍ନ? ହରିୟାଣାରେ ରହୁଥିବା ଲୋକଙ୍କ ସମ୍ପର୍କୀୟମାନେ କ'ଣ ଦିଲ୍ଲୀରେ ରହୁନାହାଁନ୍ତି? ହରିୟାଣାର ଲୋକମାନେ କ'ଣ ନିଜ ଲୋକଙ୍କ ପିଉଥିବା ପାଣିକୁ ବିଷାକ୍ତ କରିପାରିବେ?" ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କି ହରିୟାଣା ପଠାଯାଇଥିବା ପାଣି ଦିଲ୍ଲୀରେ ରହୁଥିବା ସମସ୍ତ ଲୋକ ବ୍ୟବହାର କରନ୍ତି। ସେ ବି କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)