ଅହମ୍ମଦାବାଦ: ଚଳିତ ବର୍ଷ ଗୁଜୁରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବା ପରେ ଗୁଜୁରାଟରେ କ୍ଷମତାକୁ ଆସିବାକୁ ସମ୍ପୂର୍ଣ୍ଣ ଉଦ୍ୟମ କରୁଥିବା ଦଳ ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମିଳିଥିବା ସୂଚନା ମୁତାବକ ଅନ୍ୟ ଦଳ ମାନଙ୍କଠାରୁ ପାଦେ ଆଗେଇ ଆପ ୧୮୨ଟି ଆସନରୁ ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି | ଆପ ପକ୍ଷରୁ ଦେଓଧର ଆସନ ପାଇଁ ଭୀମଭାଇ ଚୌଧୁରୀଙ୍କୁ ଟିକେଟ ଦେଇଥିବାବେଳେ ଏବଂ ସୋମନାଥରୁ ଜଗମଲ ଭାଲା, ଅର୍ଜୁନ ରଥୱାଙ୍କୁ ଛୋଟା ଉଦୟପୁରରୁ ପ୍ରାର୍ଥୀ କରାଯାଇଛି। ବେଛାରଜୀ ଆସନରୁ ସାଗର ରାବାରୀ, ରାଜକୋଟ ଗ୍ରାମୀଣରୁ ବାଶରାମ ସାଗଥିଆଙ୍କୁ ଟିକେଟ୍ ଦିଆଯାଇଛି।
Aam Aadmi Party (AAP) releases the first list of ten candidates for the Gujarat Assembly elections to be held this year. pic.twitter.com/LJ5Qkxk8Lh
— ANI (@ANI) August 2, 2022
ସେହିପରି କାମରେଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ରାମ ଧଡୁକ, ରାଜକୋଟ ଦକ୍ଷିଣରୁ ଶିବଲାଲ ବାରସିୟା, ଗରିଆଧରରୁ ସୁଧୀର ଭାଗାନି, ବାର୍ଡୋଲିରୁ ରାଜେନ୍ଦ୍ର ସୋଲଙ୍କି ଏବଂ ନାରୋଡାରୁ ଓମପ୍ରକାଶ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ଘୋଷଣା କରିବାବେଳେ ଆପର ରାଜ୍ୟ ସଭାପତି ଗୋପାଳ ଇଟାଲୀଆ କହିଛନ୍ତି ଯେ ଗୁଜୁରାଟ ବିଧାନସଭା ନିର୍ବାଚନର ୪ ମାସ ପୂର୍ବରୁ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିବା ପ୍ରଥମ ଥର ପାଇଁ ଘଟୁଛି।