ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନୋଟିସ୍‌ ଜାରି କରିଛନ୍ତି।

Advertisment

ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍‌ ଅଫ୍ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ପବ୍ଲିସିଟି’ (ଡିଆଇପି) ଜାରି କରିଥିବା ଉକ୍ତ ନୋଟିସ୍‌ରେ ଶାସକ ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନିର୍ଦେଶ ଦିଆଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ନୋଟିସ୍‌ରେ ଉଲ୍ଲେଖ ଅଛି, ଉପରୋକ୍ତ କାରଣ ଦୃଷ୍ଟିରୁ ରାଜ୍ୟ କୋଷାଗାରକୁ ତୁରନ୍ତ ୯୯,୩୧,୧୦,୦୫୩ ଟଙ୍କା ୧୦ ଦିନ ମଧ୍ୟରେ ଫେରସ୍ତ ଦେବା ପାଇଁ ଅନୁରୋଧ।  publive-image

Image Courtesy of Gujarati Jagran‘ଆପ୍‌’ ଆବାହକ ଯଦି ଏହି ଆଦେଶ ଅମାନ୍ୟ କରନ୍ତି ତେବେ, ଦଳର ସମ୍ପତ୍ତି ‘ଆଟାଚ୍‌ମେଣ୍ଟ୍‌’ ସମେତ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଜାରି କରିଥିବା ଆଦେଶନାମାରେ ସମୟ ନିର୍ଦ୍ଧାରଣ କରାଯାଇଛି ବୋଲି ଉକ୍ତ ନୋଟିସ୍‌ରେ ଉଲ୍ଲେଖ ଅଛି।

ଉଲ୍ଲେଖଯୋଗ୍ୟ, ସରକାରୀ ବିଜ୍ଞାପନ ଆଳରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ‘ଆପ୍‌’ ରାଜନୈତିକ ବିଜ୍ଞାପନ ପ୍ରକାଶ କରୁଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍‌ସେନା ‘ଆପ୍‌’ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ପ୍ରାୟ ଏକ ମାସ ପରେ ଉପରୋକ୍ତ ନୋଟିସ୍‌ ଜାରି କରାଯାଇଛି।

୯୭ କୋଟି ଟଙ୍କା ଆଦାୟ ନିମନ୍ତେ ଡିସେମ୍ବର ୨୦ ତାରିଖରେ ଉପରାଜ୍ୟପାଳ ଜାରି କରିଥିବା ଆଦେଶ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଆପ୍‌’ କହିଥିଲା ଯେ, ଏଭଳି ଆଦେଶ ଦେବା ପାଇଁ ଉପରାଜ୍ୟପାଳଙ୍କର କ୍ଷମତା ନାହିଁ।