ନୋଟାଠାରୁ ବି କମ୍ ଭୋଟ ପାଇଛନ୍ତି ଆମ ଆଦମି ପାର୍ଟିର ପ୍ରାର୍ଥୀ

ହରିଆଣାର  ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ହରିଆଣାର  ବିଧାନସଭା ନିର୍ବାଚନ ଫଳାଫଳ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଏହା ଏକ ବଡ଼ ଝଟକା ମିଳିଛି। କାରଣ ଫଳାଫଳ ଆସିବାପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ,ରାଜ୍ୟରେ ଆମ ଆଦମି ପାର୍ଟି (ଆପ୍) ଏକ ପ୍ରକାର ପୋଛି ହୋଇଯାଇଛି । କୌଣସି ଗୋଟିଏ ଆସନରେ ଆପ ପ୍ରାର୍ଥୀ ବିଜୟୀ ହେବା ତ ଦୂରର କଥା, ଦଳର ପ୍ରାର୍ଥୀମାନେ ନୋଟାଠାରୁ କମ ଭୋଟ ପାଇଛନ୍ତି ।

image source-_PTI

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଆମ ଆଦମି ପାର୍ଟି ୯୦ଟି ଆସନରୁ ୪୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା। ତେବେ ପ୍ରଚାର ସମୟରେ କେଜ୍ରିଓ୍ୱାଲ କିମ୍ବା ଅନ୍ୟ କୌଣସି ବଡ଼ ନେତା ହରିଆଣାର ବିଧାନସଭା ନିର୍ବାଚନରେ ପ୍ରଚାର କରିନଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରାଜ୍ୟ ହରିଆଣା ହୋଇଥିବା ହେତୁ ସେଠାରେ ଦଳର ଶୋଚନୀୟ ପରାଜୟ ତାଙ୍କପାଇଁ ଚିନ୍ତାର କାରଣ ହୋଇଛି। ଏବେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଣୁ ଦଳ ଏହାକୁ ଗମ୍ଭୀରତାର ସହ ନେଉଥିବା କୁହାଯାଉଛି।

image source–lokmatnews

ହରିୟାଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୧ ଆସନ ଦଖଲ କରିଛି। ଏଠାରେ ଜେଜେପି (ଜନନାୟକ ଜନତା ପାର୍ଟି) ୧୦ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି ଏବଂ ଝୁଲା ବିଧାନସଭା ଯୋଗୁଁ ଏହି ଦଳ ହାତରେ ଏବେ ସରକାର ଗଠନର ଚାବିକାଠି ରହିଛି। ହରିୟାଣାରେ ଆଇଏନ୍‌ଏଲ୍‌ଡିକୁ ଗୋଟିଏ ଏବଂ ଅନ୍ୟମାନଙ୍କୁ ୯ ଆସନ ମିଳିଛି।

ସମ୍ବନ୍ଧିତ ଖବର