୫୪ ଆସନରେ ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଛି ଆପ୍‌, ବିଜେପି ୧୬ଟିରେ ଆଗୁଆ

ନୂଆଦିଲ୍ଲୀ : ଦିଲ୍ଲୀରେ ଆମ ଆଦମି ପାର୍ଟି (ଆପ) ନିଜର ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୋଟ ୭୦ଟି ଆସନରୁ ଆପ ୫୪ରେ ଓ ବିଜେପି ୧୬ଟି ଆସନରେ ଆଗୁଆ ରହିଛି । ତେବେ ଗତଥର ଭଳି ଏଥରମଧ୍ୟ କଂଗ୍ରେସ ଖାତା ଖୋଲି ନପାରିବାର ଆଶଙ୍କା ରହିଛି ।
ଭାରତୀୟ ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ ଆପ ୫୦ ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୯ଟି ଆସନରେ ଆଗୁଆ ରହିଛି । ଏପର୍ଯ୍ୟନ୍ତର ଗଣତି ଅନୁସାରେ, ଆପ ପ୍ରାୟ ୫୧ ପ୍ରତିଶତ ଓ ବିଜେପି ୪୦.୪୪ ପ୍ରତିଶତ ଭୋଟ ପାଇଛି । କଂଗ୍ରେସ ମାତ୍ର ୪.୨୭ ପ୍ରତିଶତ ଭୋଟ ପାଇଛି ।
ଆଜି ସକାଳ ୮ଟାରେ ଭୋଟଗଣତି ୨୧ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଥିଲା । ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ବିପୁଳ ବହୁମତ ହାସଲ କରିଥିଲା । ଦଳ ମୋଟ ୭୦ଟି ଆସନରୁ ୬୭ଟିରେ ଜିତିଥିଲା । ବିଜେପି ମାତ୍ର ୩ଟିରେ ଜିତିଥିବାବେଳେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର