ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରବିବାର ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକମାନଙ୍କ ବୈଠକ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୧୫ରେ ଶେଷ ହୋଇଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକ ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା କହିଛନ୍ତି ଯେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନବନିର୍ବାଚିତ ୨୨ ଜଣ ବିଧାୟକଙ୍କ ସହ ବୈଠକ କରିଥିଲେ। ଜନସାଧାରଣଙ୍କ ପାଇଁ ସମସ୍ତ ମିଳିମିଶି କାମ କରିବାକୁ କେଜ୍ରିଓ୍ଵାଲ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିରୋଧୀ ଭାବରେ ସକାରାତ୍ମକ ଭୂମିକା ଗ୍ରହଣ କରିବା ଏବଂ ସରକାରଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ଆତିଶୀ କହିଛନ୍ତି। ଆପ୍ ଏହି ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ। କାରଣ ପ୍ରଥମ ବୈଠକରେ ମହିଳାଙ୍କୁ ଟଙ୍କା ଦିଆଯିବ ବୋଲି କହିଥିଲେ। ଆପ୍ ଦ୍ୱାରା ପରିଚାଳିତ ଜନକଲ୍ୟାଣକାରୀ ଯୋଜନାଗୁଡିକରେ ଯେପରି କୌଣସି ସମସ୍ୟା ନ ହୁଏ ଏବଂ ସେଗୁଡିକ ଜାରି ରହିବ ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ଦେବୁ । ବିରୋଧୀ ଦଳ ନେତାଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ ବୋଲି ଆତିଶୀ ଉଲ୍ଲେଖ କରିଛନ୍ତି। ପରାଜୟକୁ ନେଇ ଏବେ ବି ପ୍ରତିଫଳନ ଚାଲିଛି ଏବଂ ଆମେ ଜନାଦେଶକୁ ଗ୍ରହଣ କରିଛୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)