ଗିରଫ ପରେ ୪ଦିନିଆ ପୁଲିସ ହେପାଜତକୁ ଗଲେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ: ଦିଲ୍ଲୀ ୱାକଫ ବୋର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିବା ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଶନିବାର ଦିନ ଚାରି ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ପୂର୍ବରୁ ବିଜେପି, ଆପ୍ ନେତା ଓ ମନ୍ତ୍ରୀମାନଙ୍କୁ ଟା‌ର୍ଗେଟ କରି ଆପକୁ ଦୁର୍ବଳ କରିବାକୁ ଚାହୁଁଥିବା କଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିବା ବେଳେ ଶୁକ୍ରବାର ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫକୁ ବିରୋଧ କରି କେଜ୍ରିୱାଲ କହିଥିଲେ ଯେ, ଗୁଜରାଟରେ ଆପର ପ୍ରବେଶ ପରେ ବିଜେପିକୁ ବହୁତ କଷ୍ଟ ହେଉଥିବା ମନେ ହେଉଛି।

ତେବେ ଦିଲ୍ଲୀ ଦୁର୍ନୀତି ନିବାରଣ ବ୍ୟୁରୋ ଗତକାଲି ଅମାନତୁଲ୍ଲାଙ୍କ ସହାୟକଙ୍କ ଘର ବ୍ୟତୀତ ତାଙ୍କ ବାସଭବନରେ ଦିନସାରା ଚଢ଼ଉ ପରେ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀ ପୁଲିସର ଦୁର୍ନୀତି ନିବାରଣ ଶାଖା (ଏସିବି) ଶୁକ୍ରବାର ଦିନ ଖାନ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ହମିଦ ଅଲି ଖାନ ମାସୁଦ ଉସମାନଙ୍କ ଘର ଉପରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ଅଧିକାରୀମାନେ ଗୋଟିଏ ବନ୍ଧୁକ ଏବଂ କିଛି କାର୍ଟ୍ରିଜ ସହିତ ୧୨ଲକ୍ଷ ଟଙ୍କା ନଗଦ ଜବତ କରିଥିଲେ।

ସମ୍ବନ୍ଧିତ ଖବର