ଶ୍ରୀନଗର: ରଣକ୍ଷେତ୍ର ପାଲଟିଲା ଜମ୍ମୁ କଶ୍ମୀର ବିଧାନସଭା ପରିସର । ହାତାହାତି ହେଲେ ବିଧାୟକ । ଠେଲାପେଲା ପାଟିତୁଣ୍ଡ ଭିତରେ ଭୟଙ୍କର ହୋଇଛି ବିଧାନସଭା ପରିସରର ପରିସ୍ଥିତି । କଥା ଏତିକିରେ ଅଟକିନି ବରଂ ମୁଥ ମରାମରି ଆଡକୁ ବି ଯାଇଛି । ବିଧାନସଭା ପ୍ରବେଶ ଦ୍ବାର ନିକଟରେ ମିଡିଆକୁ ଆପ୍ ବିଧାୟକ ଗର୍ଜନ କରି ପ୍ରତିକ୍ରିୟା ଦେଉଥିବା ବେଳେ ବିଜେପି ବିଧାୟକଙ୍କ ସହ ମତଭେଦ ଓ ଧସ୍ତାଧସ୍ତି ବି ହୋଇଛି ।

Advertisment

ତେବେ ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା ଦାବି ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଜେକେଏନସିର ବିଧାୟକ ଏବଂ ଏନସି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିବା ପରେ ଗୃହକୁ ଦିନ ଗୋଟାଏ ଯାଏଁ ମୁଲତବୀ ଘୋଷଣା କରାଯାଇଛି । ଆଉ ଏତିକି ବେଳେ ବିଧାନସଭା ପ୍ରବେଶ ଦ୍ବାରା ସାମ୍ନାରେ ଆପ୍ ବିଧାୟକ ମେହରାଜ୍ ମଲ୍ଲିକ ଆଙ୍ଗୁଠି ଦେଖାଇ ଗର୍ଜନ କରୁଥିବା ବେଳେ ବିଜେପି ବିଧାୟକ ଏବଂ ପିଡିପି ବିଧାୟକଙ୍କ ସହ ଗଣ୍ଡଗୋଳ ହୋଇଛି ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି କି ଆପ୍ ବିଧାୟକଙ୍କ ସହ ଯୁକ୍ତି କରି କିଛି ବିଧାୟକ ତାଙ୍କୁ ଠେଲି ଦେଉଛନ୍ତି ଏବଂ ସେ ତଳେ ପଡିଯାଉଛନ୍ତି ପରେ ସେ ଉଠି ପୁଣି ଥରେ ଧସ୍ତାଧସ୍ତି କରୁଛନ୍ତି । 

ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ବିକ୍ରମ ରନ୍ଧାୱା । ସେ କହିଛନ୍ତି, ମେହରାଜ୍ ହିନ୍ଦୁମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି, ଆମେ ଏହାକୁ ସହ୍ୟ କରିବୁ ନାହିଁ । ହିନ୍ଦୁମାନେ ତିଳକ ଲଗାଇ ପାପ କରୁଥିବା ସେ କହିଛନ୍ତି, ଆମେ ତାଙ୍କୁ ଏକଥାର ଜବାବ ଦେବୁ ।