ନୂଆଦିଲ୍ଲୀ: ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ‘ଆମ୍‌ ଆଦ୍‌ମି ପାର୍ଟି’ (ଆପ୍‌) ‘ଦିଲ୍ଲୀ ମହିଳା କମିସନ୍‌’ର (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବାତୀ ମାଲିୱାଲ୍‌ଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି।

Advertisment

ସୂଚନାଯୋଗ୍ୟ, ଜାନୁଆରି ୧୯ ତାରିଖ ଦିନ ଦିଲ୍ଲୀ ପାଇଁ ରାଜ୍ୟସଭା ନିର୍ବାଚନ କରାଯିବ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଅଧ୍ୟକ୍ଷତାରେ ‘ଆପ୍‌’ର ‘ରାଜନୈତିକ ବ୍ୟାପାର କମିଟି’ (ପିଏସି) ବୈଠକରେ ମାଲିୱାଲ୍‌ଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା।

ଏହାଛଡ଼ା, ସଞ୍ଜୟ ସିଂହ ଓ ଏନ୍‌. ଡି. ଗୁପ୍ତାଙ୍କୁ ଦ୍ବିତୀୟ ଥର ପାଇଁ ନିଜ ନିଜ ଆସନରୁ ପ୍ରାର୍ଥୀ କରିବା ଲାଗି ‘ଆପ୍‌’ର ରାଜନୈତିକ ବ୍ୟାପାର କମିଟି (ପିଏସି) ନିଷ୍ପତ୍ତି ନେଇଛି। ଚଳିିତ ମାସ ୨୭ ତାରିଖରେ ସେମାନଙ୍କର କାର୍ଯ୍ୟକାଳ ପୂରଣ ହେବ।

publive-image Image Courtesy of NDTV

ମହିଳାଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରି ଖ୍ୟାତି ଅର୍ଜନ କରିଥିବା ସ୍ବାତୀ ପ୍ରଥମ ଥର ପାଇଁ ସଂସଦୀୟ ବ୍ୟାପାରରେ ଭାଗ ନେବେ। ତରୁଣ ବୟସରୁ ମାଲିୱାଲ୍‌ ସାମାଜିକକର୍ମୀ ଭାବେ ସକ୍ରିୟ ହୋଇଉଠିଥିଲେ। ମହିଳା ଅଧିକାର ଓ ସାମାଜିକ ସମସ୍ୟା ନେଇ ସେ ସଦାସର୍ବଦା ଯୁକ୍ତି ଉପସ୍ଥାପନ କରନ୍ତି। ସେ କେତେଗୁଡ଼ିଏ ଅଭିଯାନରେ ସମ୍ପୃକ୍ତ ହେବା ସହିତ ମହିଳାମାନଙ୍କ ବିରୋଧରେ ଚାଲିଥିବା ହିଂସା ପ୍ରତିହତ କରିବା ଲାଗି କଠୋର ଆଇନ ଲାଗୁ କରାଇବା ଓ ଲିଙ୍ଗଗତ ସମାନତା ପ୍ରସାର ପାଇଁ ସେ ଦାବି ଉପସ୍ଥାପନ କରିଛନ୍ତି।

୨୦୧୫ରେ ତାଙ୍କୁ ‘ଡିସିଡବ୍ଲୁ’ର ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଥିଲା। ‘ଡିସିଡବ୍ଲୁ’ର ଅଧ୍ୟକ୍ଷା ହେବା ପରେ ସେ ଦିଲ୍ଲୀରେ ଏସିଡ୍‌ ଆକ୍ରମଣ, ଯୌନ ଉତ୍ପୀଡ଼ନ ଓ ମହିଳା ସୁରକ୍ଷାଜନିତ ସମସ୍ୟା ପ୍ରତିକାର ଦିଗରେ ନେତୃତ୍ବ ନେଇଥିଲେ।