ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ଏବଂ ଆପ୍‌ ମଧ୍ୟରେ କୌଣସି ମେଣ୍ଟ ହେବନାହିଁ ବୋଲି ଜଣାପଡ଼ିଛି। ଆଜି ଆପ୍‌ ଦିଲ୍ଲୀର ୭ଟି ଲୋକସଭା ଆସନରୁ ୬ଟି ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷରେ, ପଶ୍ଚିମ ଦିଲ୍ଲୀ ଆସନ ପାଇଁ ପ୍ରାର୍ଥୀ ‌ଘୋଷଣା କରାଯାଇନଥିବାରୁ ଏହି ଆସନରେ ଆବଶ୍ୟକ ହେଲେ ଆପ୍‌ କଂଗ୍ରେସକୁ ସମର୍ଥନ କରିପାରେ ବୋଲି କୁହାଯାଉଛି। ତେବେ ଆପ୍‌ର ଏଭଳି ଯୋଜନାକୁ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରତ୍ୟାଖ୍ୟାନ କରିବା ସହ କୌଣସି ସ୍ଥିତିରେ ବି ଆପ୍‌ ସହ ମେଣ୍ଟ ସମ୍ଭବ ନୁହେଁ ବୋଲି କହିଛନ୍ତି। ଆଜି ଆପ୍‌ ସଂଯୋଜକ ଗୋପାଳ ରାୟ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।