ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କ । ତିନି ତିନିଟି ହତ୍ୟାକାଣ୍ଡ ପରେ ଆତଙ୍କିତ ଦିଲ୍ଲୀବାସୀ । ଗୋଟିଏ ଦିନରେ ଅଲଗା ଅଲଗା ସ୍ଥାନରେ ୩ଟି ହତ୍ୟାକାଣ୍ଡ ପରେ ଲୋକେ ତ ଭୟରେ ଅଛନ୍ତି ଏହାରି ଭିତରେ ରାଜନୀତିର ରୁଟି ସେକିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀରେ ଆଇନ ଶୃଙ୍ଖଳା ବିଗିଡି ଯାଇଥିବା ନେଇ ଅଭିଯୋଗ ଆଣିବା ସହ ରେଖା ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
#WATCH | Delhi | Locals in Seelampur block a road in the area as they continue their protest against the murder of a 17-year-old boy, Kunal; Police officials are present here
— ANI (@ANI) April 18, 2025
Police say teams have been deployed to identify and apprehend the culprit; Investigation underway. pic.twitter.com/i6q6WCiyFn
ତେବେ ପ୍ରଥମ ହତ୍ୟାକାଣ୍ଡ ସେଣ୍ଟ୍ରାଲ ଦିଲ୍ଲୀର ନବି କରିମ ଅଞ୍ଚଳରେ ହୋଇଛି । ଯେଉଁଠି ହତ୍ୟାକାରୀୱ ସ୍କ୍ରୁଡ୍ରାଇଭରରେ ଭୁସି ହତ୍ୟା କରିଛନ୍ତି । ସଡ଼କ ଦୁର୍ଘଟଣାକୁ ନେଇ ପ୍ରବଳ ଯୁକ୍ତିତର୍କ ପରେ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ଜଣେ ୩୪ ବର୍ଷୀୟ ମହେନ୍ଦ୍ରଙ୍କ ଗାଡି ଅନ୍ୟଜଣଙ୍କ ଗାଡି ଉପରେ ଚଢିଯିବାରୁ ଦୁଇ ଭାଇ ଲକି ଏବଂ ସାଗର ଏକ ସ୍କ୍ରୁଡ୍ରାଇଭର ସାହାଯ୍ୟରେ ମହେନ୍ଦ୍ରଙ୍କ ହତ୍ୟା କରିଥିଲେ । ଆଉ ଏହି ହତ୍ୟାକାଣ୍ଡ ପରେ ଉଭୟ ଅଭିଯୁକ୍ତ ଫେରାର ଅଛନ୍ତି ।
୨ୟ ହତ୍ୟାକାଣ୍ଡଟି ସେହି ସେଣ୍ଟ୍ରାଲ ଦିଲ୍ଲୀର ପଞ୍ଜାବୀ ବସ୍ତିରେ ଘଟିଛି । ମଦ୍ୟପାନ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୪ ବର୍ଷିୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।
सीलमपुर में 17-साल के युवक की हत्या दिल्ली में बिगड़ती हुई कानून व्यवस्था का एक और उदाहरण है।
— Atishi (@AtishiAAP) April 18, 2025
क्या कर रही है दिल्ली पुलिस?
क्या कर रहे हैं गृह मंत्री अमित शाह?
क्या कर रही है डबल इंजन की सरकार? https://t.co/RykHFSlEx4
ସେହିପରି ୩ୟ ହତ୍ୟାକାଣ୍ଡକୁ ନେଇ ଆଜି ଉଠୁଛି ପଡୁଛି ଦିଲ୍ଲୀ । ହତ୍ୟାକାଣ୍ଡଟି ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁରର ଘଟିଛି । ଯେଉଁଠି ଜଣେ ୧୭ ବର୍ଷୀୟ ନାବାଳକକୁ ନିର୍ମମ ଭାବରେ ଛୁରି ଭୁସି ହତ୍ୟା କରାଯାଇଛି । ମୃତକର ନାମ କୁନାଲ ହୋଇଥିବା ବେଳେ ସେ ସେହି ଅଞ୍ଚଳର ବାସିନ୍ଦା ରାଜବୀରଙ୍କ ପୁଅ । ଗୁରୁବାର ସନ୍ଧ୍ୟା ପ୍ରାୟ ୭:୩୮ ସମୟରେ ନାବାଳକ ଉପରେ ଆକ୍ରମଣ ହୋଇଥିଲା।
ତେବେ ଏହି ୩ଟି ଘଟଣା ପରେ ବିରୋଧୀ ଦଳ ନେତା ଆତିଶୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଦିଲ୍ଲୀରେ ହତ୍ୟାକାଣ୍ଡ ହେଉଛି-ପୋଲିସ କଣ କରୁଛି । ସେହିପରି ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି- ଦିଲ୍ଲୀରେ ବଢୁଛି ଅପରାଧ ।