ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆମ୍ ଆଦ୍ମି ପାର୍ଟି ପକ୍ଷରୁ ଏକ ୧୦ ସୂତ୍ରୀ ଗ୍ୟାରେଣ୍ଟି କାର୍ଡ ଜାରି କରାଯାଇଛି। ଦିଲ୍ଲୀର ଭୋଟରଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଲୋକଙ୍କୁ ୧୦ଟି ପ୍ରତିଶ୍ରୁତି ପୂରଣ ପାଇଁ ଗ୍ୟାରେଣ୍ଟି କାର୍ଡ୍ ଜାରି କରିଛନ୍ତି। ଦିଲ୍ଲୀବାସୀଙ୍କୁ ଟ୍ୟାପ୍ ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ଦିଲ୍ଲୀର ପ୍ରତି ଶିଶୁଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ, ପ୍ରଦୂଷଣକୁ ୩୦୦ ପ୍ରତିଶତ ହ୍ରାସ କରିବା, ଯମୁନା ନଦୀର ସଫେଇ, ପ୍ରତି ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇଦେବା ଭଳି ୧୦ଟି ଗ୍ୟାରେଣ୍ଟି କାର୍ଡ ଜାରି କରିଛନ୍ତି କେଜ୍ରିୱାଲ୍। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀ ଭୋଟରମାନଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ଏହା ଆପ୍ର ନିର୍ବାଚନୀ ଇସ୍ତାହାର ନୁହେଁ ବରଂ ଦିଲ୍ଲୀବାସୀଙ୍କ ପ୍ରତିଶ୍ରୁତି ପୂରଣ କରିବା ପାଇଁ ସଂକଳ୍ପ ବୋଲି କେଜ୍ରିୱାଲ୍ କହିଛନ୍ତି। ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିବାର ମାସକ ମଧ୍ୟରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ଼ କରିବା ସହିତ ୨୦,୦୦୦ ଲିଟର ଜଳ ଦେୟ ମୁକ୍ତ କରାଯିବ ବୋଲି କେଜ୍ରିୱାଲ୍ ଘୋଷଣା କରିଛନ୍ତି। ଦିଲ୍ଲୀରେ ୨ କୋଟି ବୃକ୍ଷ ରୋପଣ କରାଯିବ ଏବଂ ଯମୁନା ନଦୀର ସଫେଇ କରାଯିବ ବୋଲି କେଜ୍ରିୱାଲ୍ କହିଛନ୍ତି। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଦିଲ୍ଲୀର ମୋଟ ୭୦ ଆସନ ମଧ୍ୟରୁ ଆପ୍ ୬୭ଟିରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିଲା। ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।
ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ୍ ଜାରି କଲା ୧୦ ସୂତ୍ରୀ ଗ୍ୟାରେଣ୍ଟି କାର୍ଡ
/sambad/media/post_attachments/wp-content/uploads/2020/01/aap.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)