ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଛି ଆମ ଆଦମୀ ପାର୍ଟି | ଆପ ନେତା ତଥା ଉତ୍ତରପ୍ରଦେଶ ପ୍ରଭାରୀ ସଞ୍ଜୟ ସିଂ କହିଛନ୍ତି ଯେ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଆଫଗାନିସ୍ତାନରେ ସହିଦ ହୋଇଥିବା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଗୋଟିଏ ବି ଶବ୍ଦ କହି ନାହାଁନ୍ତି। ମୁଁ ପଚାରିବାକୁ ଚାହୁଁଛି ଯେ ଦେଶର ପ୍ରଧାନମନ୍ତ୍ରୀ ତାଲିବାନ ଆତଙ୍କବାଦୀଙ୍କୁ କାହିଁକି ଭୟ କରୁଛନ୍ତି? ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ବିରୋଧରେ ପଦେ ବି କହିନାହାଁନ୍ତି। ଦେଶର ଜଣେ ସାହସୀ ଫଟୋଗ୍ରାଫର ସାମ୍ବାଦିକ ଆଫଗାନିସ୍ତାନରେ ସହିଦ ହୋଇଥିଲେ, ତାଲିବାନ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ କହିବାକୁ ଆମର ପ୍ରଧାନମନ୍ତ୍ରୀ ଭୟ କରୁଛନ୍ତି। ଏଭଳି ଭୟାଳୁ ଚିନ୍ତାଧାରା ସହ ସମ୍ବେଦନବିହୀନ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ |
ସେହିପରି ଆମ୍ ଆଦମୀ ପାର୍ଟିର ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରଭାରୀ ସଞ୍ଜୟ ସିଂ ଆଜି ଆଲିଗଡରେ କର୍ମୀଙ୍କ ସହ ଏକ ବୈଠକ କରିଥିଲେ। ସଞ୍ଜୟ ସିଂ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଆମ୍ ଆଦମୀ ପାର୍ଟି ଏକ ମାସରେ ଏକ କୋଟି ସଦସ୍ୟ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି। ମାଗଣା ବିଦ୍ୟୁତ, ମାଗଣା ଶିକ୍ଷା, ମାଗଣା ଚିକିତ୍ସା, ବେରୋଜଗାର ଭତ୍ତା ଏବଂ ଯୁବକମାନଙ୍କୁ ରୋଜଗାର, ୨୪ ଘଣ୍ଟା ମଧ୍ୟରେ କୃଷକମାନଙ୍କୁ ସେମାନଙ୍କ ଫସଲର ମୂଲ୍ୟ ଦେବା ସହ ଉତ୍ତରପ୍ରଦେଶରେ ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ଭଳି ସମସ୍ୟା ନେଇ ଆମେ ୨୦୨୨ ନିର୍ବାଚନ ଲଢ଼ିବୁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Danish-Siddiqui_160721_1200x800.jpg)