ହିମାଚଳପ୍ରଦେଶର ସମସ୍ତ ୬୮ଟି ଆସନରେ ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜୁରାଟ ଓ ଗୋଆ ପରେ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି ବା ଆପ | ଆଜି ଆପ ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି |

ହିମାଚଳପ୍ରଦେଶର ଆପ ପ୍ରଭାରୀ ରତନେସ ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ପରାମର୍ଶ ପରେ ଏହା ନିଷ୍ପତ୍ତି ହୋଇଛି ଯେ ଆମ ଆଦମୀ ପାର୍ଟି ହିମାଚଳପ୍ରଦେଶର ସମସ୍ତ ୬୮ ଆସନରେ ନିର୍ବାଚନ ଲଢ଼ିବ |


ଆସନ୍ତା ୨୦୨୨ ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୬୮ ଟି ଆସନରେ ଲଢ଼ିବାକୁ ଆପ ପକ୍ଷରୁ ଘୋଷଣା କରାଯାଇଛି | ସୂଚନା ଥାଉ କି ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଠନ କରିଛି | ସେହିପରି ପଞ୍ଜାବରେ ମଧ୍ୟ ଆମ ଆଦମୀ ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ସବୁ ପ୍ରକାରର ପ୍ରୟାସ କରାଯାଉଛି |

ସମ୍ବନ୍ଧିତ ଖବର