ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମ୍ମାନ ଅଛି,‌ ହେଲେ ସମର୍ଥନ କରିପାରିବୁ ନାହିଁ: ଆପ୍

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚନରେ ସମର୍ଥନ କରିବନି ଆମ୍ ଆଦମୀ ପାର୍ଟି(ଆପ୍)। ଶନିବାର ଅପରାହ୍ନରେ ଅନୁଷ୍ଠିତ ଆମ୍ ଆଦମୀ ପାର୍ଟିର ରାଜନୈତିକ ପରାମର୍ଶଦାତା କମିଟି (ପିଏସି) ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ନିର୍ବାଚନରେ ​​ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଆପ୍ ସମର୍ଥନ କରିବାକୁ ବୈଠକରେ ଘୋଷଣା କରିଛି।

ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ​​ୟୁପିଏ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦଳ ସମର୍ଥନ କରିବ। ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରୁ। କିନ୍ତୁ ଆମେ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବୁ।

राष्ट्रपति चुनाव पर AAP ने खोले पत्ते, कहा- द्रौपदी मुर्मू का सम्मान, लेकिन यशवंत सिन्हा को देंगे वोट
livehindustan

ସୂଚନାନୁସାରେ, ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ପଞ୍ଜାବରୁ ଆପର ସାଂସଦ ଥିବା ରାଘବ ଚଢ଼ା ଏବଂ ବିଧାୟକ ଅତିସୀଙ୍କ ସମେତ ପିଏସିର ଅନ୍ୟ ସଦସ୍ୟମାନେ ଯୋଗଦେଇଥି‌ଲେ। ଆପଣଙ୍କୁ କହିରଖୁଛୁ ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ହେବ। ଏହା ପୂର୍ବରୁ ଆପ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।

ତେବେ ଆପର ସମର୍ଥନ ନମିଳିଥିଲେ ବି ସମାଜବାଦୀ ପାର୍ଟିର ମେଣ୍ଟ ସହଯୋଗୀ ଏସ୍‌ବିଏସ୍‌ପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି) ମୁଖ୍ୟ ଓମ ପ୍ରକାଶ ରାଜଭର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ଏହା ସହ ମୁର୍ମୁଙ୍କୁ ‌ବିଜେପିର ସହଯୋଗୀ ଜେଡିୟୁ ବ୍ୟତୀତ ଅକାଳୀ ଦଳ, ତେଲୁଗୁ ଦେଶମ ପାର୍ଟି, ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ, ମାୟାବତୀଙ୍କ ପାର୍ଟି ବିଏସପି, ଶିବସେନା, ବିଜେଡି ଭଳି ଦଳ ସମର୍ଥନ କରିଛନ୍ତି। ଏହି ଦଳଗୁଡିକ ଯୋଗୁଁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ମନେ ହେଉଥିବା ବେଳେ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର