ସଭ୍ୟପଦ ରଦ୍ଦ ପ୍ରସଙ୍ଗ: ଦିଲ୍ଲୀ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ଆପ୍‌

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ୨୦ ଜଣ ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପ୍ରସଙ୍ଗ ଏକ ନାଟକୀୟ ମୋଡ଼ ନେଇଛି । ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଆପ୍‌ ପକ୍ଷରୁ ଦିଲ୍ଲୀହାଇକୋର୍ଟରେ କରାଯାଇଥିବା ଆବେଦନକୁ ଦଳ ପ୍ରତ୍ୟାହାର କରିନେଇଛି ।

ଆପ୍‌ର ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ ରାଷ୍ଟ୍ରପତିଙ୍କ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ସୁପାରିଶକୁ ମଂଜୁର କରି ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଏହି ମାମଲାଟି ଗୁରୁତ୍ୱହୀନ ହୋଇପଡିଛି । ତେବେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାକୁ ଭଲଭାବେ ପଢିବାପରେ ଏକ ସାନି ପିଟିସନ ଫାଇଲ କରାଯାଇପାରେ ବୋଲି ଓକିଲ କହିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଗ୍ରହଣ କରିନେଇଥିଲେ । ସୂଚନାଯୋଗ୍ୟ ଯେ ନିର୍ବାଚନ ଆୟୋଗ ଦ୍ୱାରା ଆପର ୨୦ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଲାଗି ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିଦଙ୍କୁ କରିଥିବା ନିଜର ସୁପାରିଶରେ ଆୟୋଗ କହିଥିଲା ଯେ ଏହି ୨୦ ଜଣ ବିଧାୟକ ଥାଇ ସଂସଦୀୟ ସଚିବ ପଦ ରଖିଛନ୍ତି । ଯାହାକି ଏକ ଲାଭକାରୀ ପଦବୀ । ଏଣୁ ସେମାନଙ୍କ ସଦସ୍ୟ ପଦ ରଦ୍ଦ ହେବା ଉଚିତ । ଏହି ନିଷ୍ପତ୍ତି ବିରୋଧରେ ଏହି ୨୦ ଜଣ ବିଧାୟକ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର