ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ମହିଳାଙ୍କ ପାଇଁ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଦିଲ୍ଲୀ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ମିଳିବ ଏବଂ ଫେବ୍ରୁଆରି ନିର୍ବାଚନରେ ଯଦି ଆପ୍ ଜିତିବ ତେବେ ସେମାନଙ୍କୁ ୨୧୦୦ ଟଙ୍କା ମିଳିବ। କିନ୍ତୁ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ମହିଳାମାନଙ୍କୁ ୧ ହଜାର ଟଙ୍କା ବି ମିଳିପାରିବନି। କେଜ୍ରିୱାଲ କହିଛନ୍ତି, ନିର୍ବାଚନ ତାରିଖ ୧୦-୧୫ ଦିନ ମଧ୍ୟରେ ଘୋଷଣା ହେବାକୁ ଥିବାରୁ ମହିଳାଙ୍କ ଆକାଉଣ୍ଟ୍କୁ ଏବେ ଟଙ୍କା ପଠାଇବା ଅସମ୍ଭବ । କେଜ୍ରିୱାଲ କହିଛନ୍ତି, ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ମିଳିବ ବୋଲି ମୁଁ ପ୍ରତିଶ୍ରୁତି ଦେଇଥିଲି। ଏହି ପ୍ରସ୍ତାବ ଆତିଶୀଙ୍କ ଦ୍ବାରା ଆଜି ସକାଳେ କ୍ୟାବିନେଟ୍ ବୈଠକରେ ଗୃହୀତ ହୋଇଛି। ଏବେ ଏହି ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ହୋଇଛି। ଆତିଶୀଙ୍କ ସହ ଆପ୍ ମୁଖ୍ୟ କେଜ୍ରିୱାଲ ମଧ୍ୟ ଆଜି ବିରୋଧୀ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ବିଜେପି ଦିଲ୍ଲୀରେ ବିକାଶକୁ ଅଟକାଇଛି।
ଆପ୍ର ନିର୍ବାଚନୀ ଘୋଷଣା: ଦିଲ୍ଲୀ ମହିଳାଙ୍କ ପାଇଁ ହଜାେର ଟଙ୍କା, ଜିତିଲେ ୨୧୦୦
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ମହିଳାଙ୍କ ପାଇଁ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଦିଲ୍ଲୀ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ମିଳିବ ଏବଂ ଫେବ୍ରୁଆରି ନିର୍ବାଚନରେ ଯଦି ଆପ୍ ଜିତିବ ତେବେ ସେମାନଙ୍କୁ ୨୧୦୦ ଟଙ୍କା ମିଳିବ।
/sambad/media/post_attachments/wp-content/uploads/2018/01/aap-aam-aadmi-party.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)