ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (‘ଆପ୍’) ଇତିହାସ ରଚିଛି। ଭୋଟ୍ ଗଣନାକୁ ଆଧାର କରି ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବାକୁ ଯାଉଛି ବୋଲି କୁହାଯାଉଛି। ୧୧୭ ଟି ସିଟରେ ଆମ୍ ଆଦମୀ ପାର୍ଟି ୯୦ ଟି ସିଟ୍ ଜିତିବାକୁ ଯାଉଛି। ଏହି ଖୁସିରେ ଆମ୍ ଆଦମୀ ପାର୍ଟି ଶାହାରୁଖ ଖାନଙ୍କ ଭିଡିଓକୁ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। ଯାହା ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଶାହାରୁଖ ଖାନଙ୍କ ଫିଲ୍ମ ‘ଚକ ଦେ ଇଣ୍ଡିଆ’ର ଏକ ଦୃଶ୍ୟ ନିଆଯାଇଛି। ଏହି ଭିଡିଓରେ ଶାହାରୁଖ ଖାନ ଭାବପ୍ରବଣ ହୋଇଯାଉଛନ୍ତି। ଏହି ଭିଡିଓ ସହିତ ଏକ କ୍ୟାପସନ୍ ମଧ୍ୟ ଲେଖାଯାଇଛି । ଏହା କ୍ୟାପସନରେ ଲେଖାଯାଇଛି – ‘ଆମ୍ ଆଦମୀ ପାର୍ଟିର ସମସ୍ତ ସଦସ୍ୟ ଏହିପରି । ଅର୍ଥାତ୍ ପଞ୍ଜାବରେ ସରକାର ଗଠନ ହେବାର ଖୁସିକୁ ଆପ ଶାହାରୁଖ ଖାନଙ୍କ ଭିଡିଓ ସହିତ ଦେଖାଇଛି।
AAP family right now: pic.twitter.com/47Ag2qytXL
— AAP (@AamAadmiParty) March 10, 2022
ଆମ୍ ଆଦମୀ ପାର୍ଟି ଜନସାଧାରଣଙ୍କୁ ଦେଖାଇବାକୁ ଚେଷ୍ଟା କରୁଛି ଯେ ଏହି ସମୟରେ ସେମାନେ ଭାବପ୍ରବଣ ହୋଇଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି । ଏହି ଭିଡିଓଟି ୧୬ସେକେଣ୍ଡର ଅଟେ। ଯାହାକି ଏହି ଖବର ଲେଖିବା ପର୍ଯ୍ୟନ୍ତ ୩୪.୧ ହଜାର ଭ୍ୟୁ ପାଇଛି ।