ମୁମ୍ବାଇ: ମୁମ୍ବାଇର ବିବାଦୀୟ ‘ମେଟ୍ରୋ କାର୍ ସେଡ୍’ ପ୍ରକଳ୍ପ ବିଷୟରେ ପୁନର୍ବିଚାର କରିବା ଲାଗି ଆଜି ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକ୍ରେ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ନିଜ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଲାଗି ମୁଁ ନୂଆ ସରକାରଙ୍କୁ ସବିନୟ ଅନୁରୋଧ କରୁଛି। ଆମ ପ୍ରତି ଥିବା ଘୃଣା ପ୍ରିୟତମ ମୁମ୍ବାଇ ଉପରେ ସାରନ୍ତୁ ନାହିଁ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନରେ ଭୋଟ୍ ଦେବାକୁ ଯାଉଥିବାରୁ ‘ଆରେ’ ଅରଣ୍ୟ ଓ ‘ଏମ୍ଏମ୍ଆର୍ସିଏଲ୍ ଜମି’ ନିମନ୍ତେ ଚାଲିଥିବା ପ୍ରତିବାଦ ସ୍ଥଳୀକୁ କରିପାରିବେ ନାହିଁ।
ସୂଚନାଯୋଗ୍ୟ, ‘ଆରେ’ରେ ମେଟ୍ରୋ କାର୍ ସେଡ୍ ସ୍ଥାପନ କରିବା ଲାଗି ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଆଜି ପରିବେଶ ସଂଗଠନମାନେ ସେଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚଳାଇଛନ୍ତି।
/sambad/media/post_attachments/wp-content/uploads/2022/07/aditya-Tha.jpg)
‘ମେଟ୍ରୋ କାର୍ ସେଡ୍ ପ୍ରକଳ୍ପ’ର ସ୍ଥାନ ପରିବର୍ତ୍ତନ ଯୋଗୁଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିତ୍ୟଙ୍କ ବାପା ଉଦ୍ଧବ ଠାକ୍ରେ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ପରେ ସେ ଉପରୋକ୍ତ ଅନୁରୋଧ କରିଛନ୍ତି।
ଆଦିତ୍ୟ ଠାକ୍ରେ କହିଛନ୍ତି ଯେ, ‘ମୁମ୍ବାଇର ଶ୍ୟାମଳ ଫୁସ୍ଫୁସ୍’ ବୋଲି ଅନେକେ କହୁଥିବା ନଗରାଞ୍ଚଳ ଅରଣ୍ୟ ‘ଆରେ ଅରଣ୍ୟ’ର ସୁରକ୍ଷା କେବଳ ୨,୭୦୦ ବୃକ୍ଷର ସୁରକ୍ଷା ନୁହେଁ। ଏହା ହେଉଛି ମୁମ୍ବାଇର ଜୈବବିବିଧତାର ସୁରକ୍ଷା।
‘କାର୍ ସେଡ୍’ ଏବଂ ତା’ ଚାରପଟେ ଦୈନିକ କଲରାପତ୍ରିଆ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ଦେଖାଯାଉଛନ୍ତି। ଏହା ଚଉହଦି ୮୦୦ ଏକରରୁ ଅଧିକ ଅରଣ୍ୟ ଥିବା କଥା କହି ଆମେ ଗର୍ବବୋଧ କରୁଛୁ।
ଉପରୋକ୍ତ ପ୍ରକଳ୍ପ ଆମ ମୁମ୍ବାଇର ‘ଆରେ ଅରଣ୍ୟ’କୁ ନଷ୍ଟ କରିଦେବ ବୋଲି ସେ କହିଛନ୍ତି।