‘ଆରୋଗ୍ୟ ସେତୁ’ରେ ତଥ୍ୟ ଚୋରିର ଆଶଙ୍କା ନାହିଁ’

ନୂଆଦିଲ୍ଲୀ: ଦେଶରେ କରୋନାଭୂତାଣୁ ସଂକ୍ରମଣକୁ ନିରୀକ୍ଷଣ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଆରୋଗ୍ୟ ସେତୁ ନାମକ ଏକ ଫୋନ୍ ଆପ୍ଲିକେସନ୍ ବିକଶିତ କରିଛନ୍ତି। ଏହା ଦ୍ବାରା ବ୍ୟବହାରକାରୀର ବ୍ୟକ୍ତିଗତ ଗୋପନ ତଥ୍ୟ ହଡ଼ପ ହେଉଥିବାର ଅଭିଯୋଗ ଆସିବା ପରେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି।

ତେବେ ଏଥିରେ କେବଳ କୋଭିଡ୍–୧୯ ସଂକ୍ରମଣ ସଂକ୍ରାନ୍ତ ସୂଚନାର ଆଦାନ ପ୍ରଦାନ ବ୍ୟତୀତ କୌଣସି ପ୍ରକାର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିତି ଆୟୋଗର ଯୋଜନା ନିର୍ଦ୍ଦେଶକ ତଥା ଆରୋଗ୍ୟ ସେତୁ କାର୍ଯ୍ୟନ୍ବୟନର ଅନ୍ୟତମ ସଦସ୍ୟ ହିମାଂଶୁ ଧାୱନ। ମୁଖ୍ୟତଃ କରୋନା ସଂକ୍ରମିତଙ୍କୁ ଠାବ କରିବା ପାଇଁ ଉଦ୍ଦିଷ୍ଟ ଏହି ଆପ୍ଲିକେସନ୍ ଗତ ଛଅ ସପ୍ତାହ ଭିତରେ ଲକ୍ଷେରୁ ଅଧିକ ବ୍ୟବହାରକାରୀଙ୍କୁ ସେମାନଙ୍କ ସମ୍ଭାବ୍ୟ ସଂକ୍ରମଣ ଆଶଙ୍କା ସମ୍ପର୍କରେ ସତର୍କ କରାଇ ପାରିଛି। ବିଶ୍ବରେ ଅନ୍ୟ ଯେ କୌଣସି ପ୍ରକ୍ରିୟା ଅପେକ୍ଷା ଏଥିରେ ଯଥେଷ୍ଟ ଅଧିକ ବିଧିବ୍ୟବସ୍ଥା ଅନୁସରଣ କରାଯାଉଛି।

ସମ୍ବନ୍ଧିତ ଖବର