୯ କୋଟି ଡାଉନ୍‌ଲୋଡ୍ କରିଛନ୍ତି ଆରୋଗ୍ୟ ସେତୁ

ନକଲି ପ୍ରତି ସାବଧାନ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ସରକାର ଆପଣେଇଥିବା ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ଦେଶର ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ନିଜ ଫୋନ୍ରେ ଆରୋଗ୍ୟସେତୁ ଆପ୍କୁ ସକ୍ରିୟ କରାଇବା ଅନ୍ୟତମା ଏହା ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ସମେତ କୋଭିଡ୍–୧୯ ସଂକ୍ରମଣପ୍ରବଣ ଅ‌ଳରେ ରହୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛିା ତେବେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯ କୋଟି ଭାରତୀୟ ଏହି ଆପ୍କୁ ଡାଉନ୍ଲୋଡ୍ କରିଥିବା ଜଣାଯାଇଛିା କୋଭିଡ୍–୧୯ ପରିଚାଳନା ପାଇଁ ଗଠିତ ମନ୍ତ୍ରୀଗଣଙ୍କ ଚତୁର୍ଦ୍ଦଶ ଅଧିବେଶନରେ ଅଧିକାରୀକାରୀମାନେ ଏହି ତଥ୍ୟ ପରିବେଷଣ କରିଛନ୍ତିା ମଙ୍ଗଳବାର ବସିଥିବା ଉକ୍ତ ଅଧିବେଶନରେ ଆରୋଗ୍ୟ ସେତୁର ଉପଯୋଗିତା, ଉପକାରିତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲାା

ସୂଚନା ଥାଉ କି, ଏହି ଆରୋଗ୍ୟ ସେତୁ ଦ୍ବାରା ଜଣେ ବ୍ୟବହାରକାରୀ କୋଭିଡ୍–୧୯ ଦ୍ବାରା କେତେ ମାତ୍ରାରେ ବିପଦର ସମ୍ମୁଖୀନ ହେବାର ଆଶଙ୍କା ରହିଛି, ସେ ସଂକ୍ରାନ୍ତ ବିଶଦ ତଥ୍ୟ ମିଳିପାରିଥାଏା ଏପରିକି କରୋନାଭୂତାଣୁକୁ କିପରି ପ୍ରତିହତ କରିହେବ ଏବଂ ଏହାର ଲକ୍ଷଣ ସମ୍ପର୍କରେ ମଧ୍ୟ ଯାବତୀୟ ସୂଚନା ସେଥିରୁ ମିଳିଥାଏା ତେବେ ଏହା ଦ୍ବାରା କାହାର ଗୋପନ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି ବୋଲି ଜଣେ ଫରାସୀ ତଥ୍ୟ ହଡ଼ପକାରୀ ଅଭିଯୋଗ ଆଣିବା ସହ ବିରୋଧୀ କଂଗ୍ରେସ ଦଳ ଏହାକୁ ଏକ ପ୍ରସଙ୍ଗ କରିବା ପରେ ସରକାର ବୁଧବାର ସେ ସମ୍ପର୍କରେ ସ୍ପଷ୍ଟ କରିଛନ୍ତିା ଏହି ଟେଲିଫୋନ୍ ଆପ୍ଲିକେସନ୍ ସମ୍ପୂର୍ଣ୍ଣ ସ୍ବଦେଶ ଜ୍ଞାନକୌଶଳରେ ବିକଶିତ ଏବଂ ଏଥିରେ ବ୍ୟବହାରକାରୀର କୌଣସି ବି ତଥ୍ୟ ଚୋରିହେବାର ଆଶଙ୍କା ନାହିଁ ବୋଲି ସରକାର ଦୃଢେ଼ାକ୍ତି ପ୍ରକାଶ କହିଛନ୍ତିା ସେହିପରି ଏହି ଆପ୍ଲିକେସନର ଅଧିକ ଉପଯୋଗିତା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲ୍ୟାଣ୍ତ୍ଲାଇନ୍ ଫୋନ୍ ଏବଂ ଫିଚର ଫୋନ୍ ବ୍ୟବହାର କରୁଥିବା ଲୋକେ ମଧ୍ୟ ଏହି ଜ୍ଞାନକୌଶଳ ଉପଲବ୍ଧ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛିା ଏପରିକି ଏଥିରୁ ଅଧିକ ସୁଫଳ ପାଇବା ଲାଗି ବ୍ୟବହାରକାରୀକୁ ନିଜର ଆ‌ଳିକ ଭାଷାରେ ମଧ୍ୟ ସୂଚନା ଦେବାର ବ୍ୟବସ୍ଥା ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତିା

ନକଲି ପ୍ରତି ସାବଧାନ
ନୂଆଦିଲ୍ଲୀ : ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରିବାକୁ ଅଜଣା ବନ୍ଧୁଙ୍କ ନିକଟରୁ ଏସ୍‌ଏମ୍‌ଏସ୍‌ କିମ୍ବା ହ୍ବାଟ୍‌ସଆପ୍‌ ମାଧ୍ୟମରେ ନିଜ ମୋବାଇଲକୁ ଲିଙ୍କ୍‌ ଆସୁଛି। କିନ୍ତୁ ଏଭଳି ନକଲି ଆରୋଗ୍ୟ ସେତୁ ଆପ୍‌ ପ୍ରତି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଭଳି ଲିଙ୍କ୍‌ରେ କ୍ଲିକ୍‌ ନ କରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ଲିଙ୍କ୍‌ ଆସୁଥିଲେ, ସିଧା ତାକୁ ଡିଲିଟ୍‌ କରିବାକୁ କୁହାଯାଇଛି। ଯଦି କେହି ଏହି ଆପ୍‌କୁ ଡାଉନ୍‌ଲୋଡ କରିଥାନ୍ତି, ତେବେ ତୁରନ୍ତ ମୋବାଇଲକୁ ରିସେଟ୍‌ କରିଦିଅନ୍ତୁ। ପାକିସ୍ତାନଭିତ୍ତିକ ଏକ ଗ୍ରୁପ୍‌ ଡାଟା ଚୋରି କରିବା ଉଦ୍ଦେଶ୍ୟରେ ‘ଚାର୍ଟ ମି’ ନାମକ ଏକ ଆପ୍‌ର ଲିଙ୍କ୍‌ ପଠାଇ ଏହାକୁ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ଆସୁଛି। ମାତ୍ର ଏଭଳି ‌ଏସ୍‌ଏମ୍‌ଏସ୍‌କୁ କିମ୍ବା ହ୍ବାଟ୍‌ସଆପ୍‌ ମେସେଜ୍‌ ପ୍ରତି ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ ଏବଂ ଆପଲ୍‌ ଆପ୍‌ ଷ୍ଟୋରରୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି।

ଆରୋଗ୍ୟ ସେତୁ ଆପ୍‌ରେ ତଥର ଗୋପନୀୟତାକୁ ନେଇ ଯେଉଁ ଅଭିଯୋଗ ହେଉଛି ତାହାକୁ ଦୁଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଖଣ୍ଡନ କରିଛନ୍ତି। ରବିଶଙ୍କର କହିଛନ୍ତି ଯେ ଲୋକଙ୍କୁ ସୁରକ୍ଷିତ ରଖିବାର ଏକ ଶକ୍ତିଶାଳୀ ସାଥୀ ହେଉଛି ଆରୋଗ୍ୟ ସେତୁୂ ୍ଆପ୍। ସେହିପରି, ଜାଭଡେକର କହିଛନ୍ତି‌ ‌େଯ, ତଥ୍ୟ ସୁରକ୍ଷାକୁ ନେଇ କୌଣସି ପ୍ରକାର ଚିନ୍ତା ପ୍ରକଟ କରିବା ଅନୁଚିତ।

ସମ୍ବନ୍ଧିତ ଖବର