ନୂଆଦିଲ୍ଲୀ: ସୋମବାର ୨୦୦୮ରେ ହୋଇଥିବା ହାଇ ପ୍ରୋଫାଇଲ ଆରୁଷି-ହେମରାଜ ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟ ତଲଓ୍ଵାର ଦମ୍ପତ୍ତିଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ହତ୍ୟାକାଣ୍ଡରେ ମୃତ ହେମରାଜଙ୍କ ପତ୍ନୀଙ୍କ ଆବେଦନ ଉପରେ ଏହି ନୋଟିସ୍ ପଠାଇଛନ୍ତି।
ବିଚାରପତି ରଞ୍ଜନ ଗୋଗୋଇ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଆଲହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହୋମରାଜଙ୍କ ପତ୍ନୀ ଖୁସକଳା ବଜାଡେଙ୍କ ଆପିଲ ପରେ ରାଜେଶ ତଲଓ୍ଵାର ଓ ନୁପୁର ତଲଓ୍ଵାରଙ୍କୁ ନୋଟିସ ଜାରି କରାଯାଇଛି। ହାଇକୋର୍ଟ ଏହି ଦମ୍ପତ୍ତିଙ୍କୁ ଗତବର୍ଷ ଅକ୍ଟେବର ୧୨ରେ .ଦୋଷମୁକ୍ତ କରି ଖଲାସ କରିଥିଲେ। ବଜାଡେ ଗତବର୍ଷ ଡିସେମ୍ବରରେ କୋର୍ଟରେ ଆପିଲ କରିଥିଲା ବେଳେ ସିବିଆଇ ଏହି ନିଷ୍ପତ୍ତି ବିରୋଧରେ ଅପିଲ ଦାୟର କରିଥିଲା।
/sambad/media/post_attachments/wp-content/uploads/2018/03/pjimage-15-4-300x178.jpg)
ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲା ସିବିଆଇ ଅଦାଲତ ୨୦୧୩ ନଭେମ୍ବର ୨୬ରେ ତଲଓ୍ଵାର ଦମ୍ପତ୍ତିକୁ ନିଜ ଝିଅ ଆରୁଷି ଓ ତାଙ୍କ ଘରର କର୍ମଚାରୀ ହେମରାଜଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡର ଶୁଣାଣି କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ଦମ୍ପତ୍ତିଙ୍କୁ ଗାଜିଆବାଦସ୍ଥିତ ଦସନା ଜେଲରେ ବନ୍ଦୀ କରାଯାଇଥିଲା। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କୁ ଜେଲରୁ ଖଲାସ କରାଯାଇଥିଲା।
ତଲଓ୍ଵାର ଦମ୍ପତିଙ୍କ ୧୪ବର୍ଷୀୟ ଝିଅ ଆରୁଷିକୁ ନୋଏଡାସ୍ଥିତ ନିଜ ଘରେ ସନ୍ଦେହଜନକ ଭାବେ ମୃତବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ଗଳା କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାର ଦୁଇଦିନ ପରେ ଘରର କାମ କରୁଥିବା ହେମରାଜଙ୍କ ମୃତଦେହ ଘରର ଛାତ ଉପରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉତ୍ତରପ୍ରଦେଶ ପୁଲିସ ଯାଞ୍ଚଙ୍କୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବାରୁ ଏହି ମାମଲାକୁ ସିିବିଆଇ ହାତରେ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/ARUSHI_TALWAR_0_0.jpeg)