କାରଗିଲରେ ଫିଲ୍ମ ସୁଟିଂ ସମୟରେ ବଲିଉଡ ଅଭିନେତା ରାହୁଲ ରଏଙ୍କୁ ବ୍ରେନ ଷ୍ଟ୍ରୋକ

ମୁମ୍ବାଇ: ଫିଲ୍ମ ‘ଆଶିକୀ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ ଅଭିନେତା ରାହୁଲ ରଏଙ୍କ ବ୍ରେନ ଷ୍ଟ୍ରୋକ ହୋଇଛି। କାରଗିଲରେ ସେ ନିଜର ଆଗାମୀ ଫିଲ୍ମ ‘ଏଲଏସି: ଲିଭ୍ ଦ ବ୍ୟାଟେଲ ଇନ କାରଗିଲ’ର ସୁଟିଂ କରୁଥିବା ବେଳେ ସେଠାକାର ପାଣିପାଗ ପାଇଁ ରାହୁଲ ରଏଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିବା ଜଣା ପଡ଼ିଛି। ଏବେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବ୍ରେନ ଷ୍ଟ୍ରୋକ ହେବାରୁ ପ୍ରଥମେ ତାଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ମୁମ୍ବାଇକୁ ପଠାଇଦିଆଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏବେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବା ସହ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ନେଇ ରାହୁଲଙ୍କ ଭାଇ ରୋମିର୍ ସେନ୍ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

Aashiqui actor Rahul Roy suffers brain stroke while shooting in Kargil,  admitted in hospital | Celebrities News – India TV
India TV News

ତେବେ ରାହୁଲଙ୍କ ଫିଲ୍ମ ‘ଏଲଏସି: ଲିଭ୍ ଦ ବ୍ୟାଟେଲ ଇନ କାରଗିଲ’ ଗଲୱାନ ଘାଟିରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମରେ ରାହୁଲ ମେଜର ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ନୀତୀନ କୁମାର ଗୁପ୍ତମ ଦେଉଥିବା ବେଳେ ଚିତ୍ରା ବକିଲ ଶର୍ମା ଏବଂ ନିବେଦିତା ବାସୁ ଏହାର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି |

ସମ୍ବନ୍ଧିତ ଖବର