ଓଡ଼ିଆ ଝିଅ ଅନନ୍ତିନୀ ମିଶ୍ରଙ୍କୁ ପାନୋରମା ଇଣ୍ଟେରନ୍ୟାସନାଲ ଲିଟରେଚର ଆୱାର୍ଡ-୨୦୨୨

ନୂଆଦିଲ୍ଲୀ: ଓଡ଼ିଆ ଝିଅ ଅନନ୍ତିନୀ(ଝୁମ୍ପା) ମିଶ୍ରଙ୍କୁ ମର୍ଯ୍ୟାଦାଜନକ ପାନୋରମା ଇଣ୍ଟେରନ୍ୟାସନାଲ ଲିଟରେଚର ଆୱାର୍ଡ-୨୦୨୨(ସ୍ପେସାଲ ଜୁରି) ପୁରସ୍କାର ପ୍ରଦାନ କରାଯାଇଛି।ଦେଶର କୁନି ଲେଖିକା ରୂପେ ପରିଚିତ ଅନନ୍ତିନୀଙ୍କୁ ଗତକାଲି ରାଇଟର୍ସ କ୍ୟାପିଟାଲ ଫାଉଣ୍ଡେସନ ଦ୍ବାପରା ଭର୍ଚ୍ଚୁଆଲରେ ଆୟୋଜିତ ସମାରୋହରେ ପୁରସ୍କାର ପ୍ରଦାନ କରାଯାଇଥିଲା।ଅନନ୍ତିନୀଙ୍କ ସାହିତ୍ୟ ରଚନା ମାନବତା ପ୍ରତି ବିଶେଷ ଯୋଗଦାନ ରହିଥିବାର ପୁରସ୍କାର ପ୍ରଦାନ ଅବସରରେ କୁହାଯାଇଥିଲା।

ବିଶ୍ବର କୋଣ ଅନୁକୋଣରୁ ୧୦ ଜଣ ବ୍ୟକ୍ତିତ୍ବଙ୍କୁ ପାନରୋମା ଇଣ୍ଟରନ୍ୟାସନାଲ ଲିଟରେଚର ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଥିବା ବେଳେ ଏକମାତ୍ର ଭାରତୀୟରୂପେ ଅନନ୍ତିନୀଙ୍କୁ ସ୍ପେସାଲ ଜୁରି ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ମଦର୍ସ ଇଣ୍ଟରନ୍ୟାସନାଲ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅନନ୍ତିନୀ ମାତ୍ର ଦଶ ବର୍ଷ ବୟସରେ ପ୍ରଥମ ପୁସ୍ତକ ଟ୍ରେଜର ଅଫ ସର୍ଟ ଷ୍ଟୋରିଜ ରଚନା କରି ଖ୍ୟାତି ଅର୍ଜନ କରିଥିଲେ। ଏହାପରେ ତାଙ୍କର ଆଉ ୫ଟି ପୁସ୍ତକ ପ୍ରକାଶ ପାଇଥିଲା। ଜଣେ କନିଷ୍ଠା ଲେଖିକା ଭାବେ ସେ ଦେଶ ଓ ବିଦେଶର ବିଭିନ୍ନ ସାହିତ୍ୟ ସଂପର୍କୀତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଏଥିପୂର୍ବରୁ ଅନନ୍ତିନୀ ପାନୋରମା ସାହିତ୍ୟ ସମାରୋହରେ ଭଏଡ-ଦି ବିଗିନିଂ ଆଣ୍ଡ ଦି ଏଣ୍ଡ ଶୀର୍ଷକ ବକ୍ତବ୍ୟ ଉପସ୍ଥାପନ କରି ବେଶ ପ୍ରଶଂସିତ ହୋଇଥିଲେ।

 

 

ସମ୍ବନ୍ଧିତ ଖବର