ବାଗଦାଦୀର ମୃତ୍ୟୁ ପରେ ଆଇଏସ୍‌ର ମୁଖ୍ୟ ହେଲା ଅବ୍‌ଦୁଲ୍ଲା କର୍‌ଦାସ୍

ନୂଆଦିଲ୍ଲୀ : ଗତକାଲି କୁଖ୍ୟାତ ଆତଙ୍କବାଦୀ ତଥା ଇସ୍‌ଲାମିକ୍‌ ଷ୍ଟେଟ୍‌ର ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା  । ସିରିୟାର ଇବିବରେ ଆମେରିକା ସେନା ଚଳାଇଥିବା ମିଳିତ ଅପରେସନରେ ବାଗଦାଦି ନିହତ ହୋଇଥିବା ନେଇ ଗତକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଘୋଷଣା କରିଥିଲେ । ଏବେ ବାଗଦାଦିର ମୃତ୍ୟୁ ପରେ ତା’ର ସ୍ଥାନ ପୂରଣ କରିଛି ପୂର୍ବ ସେନା ଅଧିକାରୀ ତଥା ଇସ୍‌ଲାମିକ୍‌ ଷ୍ଟେଟ୍‌ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ଅବ୍‌ଦୁଲ୍ଲା କର୍‌ଦାସ ।

ଏହା ପୂର୍ବରୁ କର୍‌ଦାସ ଇସ୍‌ଲାମିକ୍‌ ଷ୍ଟେଟ୍‌ର ବିଭିନ୍ନ ବ୍ୟାପାର ବୁଝାସୁଝା କରୁଥିଲା । ବାଗଦାଦୀ କୌଣସି ଅପରେସନରେ ସାମିଲ ହେଉ ନ ଥିବା ବେଳେ ସେ କେବଳ ଆଦେଶ ଦେଉଥିଲା। ଏହା ସହ ଆତଙ୍କବାଦୀ ସଂଗଠନ ସହ ପ୍ରଥମ କରି ଯୋଡ଼ି ହେଉଥିବା ପିଲାଙ୍କ ମୁଣ୍ଡରେ ଘୃଣାଭାବନା ଭରୁଥିଲା । କିନ୍ତୁ କର୍‌ଦାସ ସବୁ ଆତଙ୍କବାଦୀ ଆକ୍ରମଣର ଯୋଜନାକୁ ସଫଳ କରିବା ପାଇଁ ମୁଖ୍ୟ ଭୂମିକା ନିଭାଉଥିଲା ବୋଲି ଜଣାପଡ଼ିଛି ।

Image result for abdullah-qardash-will-be-leader-of-islamic-state-after
Meaww

ସୂଚନା ମୁତାବକ, ଚଳିତ ବର୍ଷ ଏକ ବିମାନ ଦୁର୍ଘଟଣାରରେ ବାଗଦାଦୀ ଆହତ ହୋଇ ଯାଇଥିଲା । ଯାହା ପରଠାରୁ ସେ କର୍‌ଦାସକୁ ଇସ୍‌ଲାମିକ୍‌ ଷ୍ଟେଟ୍‌ର ଦାୟିତ୍ୱ ଦେଇଥିଲା । ମଧୁମେହ ଓ ରକ୍ତଚାପରେ ପୀଡ଼ିତ ଥିବା ବାଗଦାଦୀ କର୍‌ଦାସକୁ ସବୁ ଦାୟିତ୍ୱ ବହନ କରିବା ପାଇଁ କହୁଥିଲା । ଏବେ ତା’ର ମୃତ୍ୟୁ ପରେ କର୍‌ଦାସ ଇସ୍‌ଲାମିକ୍‌ ଷ୍ଟେଟ୍‌ର ସମସ୍ତ ଦାୟିତ୍ୱ ବହନ କରିବ ବୋଲି ଆମେରିକା ସେନା ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର