ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭାରତରେ ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି, ସମଗ୍ର ଭାରତବାସୀ ଆବେଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଏଭଳି ଦୁଃଖଦ ସମୟରେ ଭାରତ ଜାପାନର ଭାଇ ଭଉଣୀମାନଙ୍କ ସହ ରହିଛି। ମୋଦୀ କହିଛନ୍ତି, ଆବେଙ୍କ ସହ ମୋର ସମ୍ପର୍କ ଅନେକ ବର୍ଷର। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ଆବେଙ୍କୁ ଜାଣିଥିଲି ଏବଂ ପ୍ରଧାନମନ୍ତ୍ରୀ ହେବାପରେ ବି ଆମ ବନ୍ଧୁତା ଜାରି ରହିଲା। ବିଶ୍ବ ବ୍ୟାପାର ଏବଂ ଅର୍ଥନୀତି ଉପରେ ତାଙ୍କର ତୀକ୍ଷ୍ଣ ଦୃଷ୍ଟିକୋଣ ମତେ ସବୁବେଳେ ପ୍ରଭାବିତ କରିଛ। ଭାରତ-ଜାପାନ ସୁଦୃଢ଼ ସମ୍ପର୍କରେ ଆବେଙ୍କ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲାବୋଲି ମୋଦୀ କହିଛନ୍ତି ।
ଭାରତ-ଜାପାନ ସୁଦୃଢ଼ ସଂପର୍କର ସେତୁ ଥିଲେ ଆବେ
/sambad/media/post_attachments/wp-content/uploads/2022/07/abe-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)