ମିଗ-୨୧ ଉଡ଼ାଣ ଆରମ୍ଭ କଲେ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ମେଡିକାଲ ଫିଟନେସ୍‌ ପରୀକ୍ଷା ପରେ ଫ୍ଲାଇଙ୍ଗ ଅପରେସନ୍‌କୁ ଫେରିଛନ୍ତି | ପାଖାପାଖି ୬ ମାସ ପରେ ଅଭିନନ୍ଦନ ଲଢୁଆ ବିମାନ ଉଡାଇଛନ୍ତି | ବାୟୁସେନା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ରାଜସ୍ଥାନରେ ଏବେ ଅଭିନନ୍ଦନ ଵାୟୁସେନାରେ ନିୟୋଜିତ ହୋଇଛନ୍ତି | ଗତ ଫେବ୍ରୁଆରି ୨୭ରେ ପାକିସ୍ତାନ ସହିତ ଯୁଦ୍ଧ କରୁଥିବା ସମୟରେ ଅଭିନନ୍ଦନଙ୍କ ମିଗ-୨୧କୁ ପାକିସ୍ତାନ ଧରି ନେଇଥିଲା। ଏଥିରେ ଅଭିନ୍ଦନ ଆହତ ବି ହୋଇଥିଲେ, ଫଳରେ ତାଙ୍କୁ ଫ୍ଲାଇଙ୍ଗ ଡିିୟୁଟିରୁ ହଟାଇ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ପୁଲଓ୍ଵାମାରେ ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ତେବେ ଏହି ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ। ଭାରତ ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଥିଲା। ଏହି ଆକାଶୀ ଆକ୍ରମଣରେ ପାକ୍‌ ସୀମା ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଧ୍ୱଂସ ପାଇଥିଲା। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା ବୋଲି ଭାରତୀୟ ବାୟୁସେନା ଏ ସଂପର୍କରେ ସୂଚନା ଦେଇଥିଲେ।

ଏହି ଯୁଦ୍ଧରେ ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭିନନ୍ଦନ ଯେଉଁଠାରେ ଓହ୍ଲାଇ ଥିଲେ ତାଙ୍କୁ ଲାଗିଥିଲା କି ତାହା ଭାରତୀୟ ସୀମା ମଧ୍ୟରେ ଅଛି। କିନ୍ତୁ ଭୁଲବଶତଃ ସେ ପାକିସ୍ତାନରେ ଓହ୍ଲାଇ ପଡ଼ିଥିଲେ। ଏହାପରେ ପାକିସ୍ତାନ ସେନା ତାଙ୍କୁ ଧରି ନେଇଥିଲା। ଅଭିନନ୍ଦନଙ୍କୁ ଧରିବା ପରେ ପାକିସ୍ତାନ ତାଙ୍କ ଠାରୁ ଅନେକ କିଛି ଭାରତ ବିଷୟରେ ତଥ୍ୟ ବାହାର କରିବା ପାଇଁ ଚେଷ୍ଟା କରିଥିଲା। ଏନେଇ ଅଭିନନ୍ଦନଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର ବି କିରିଥିଲା। କିନ୍ତୁ ଅଭିନନ୍ଦନ କୌଣସି ମତେ ମୁହଁ ଖୋଲି ନଥିଲେ। ଶେଷରେ ପାକିସ୍ତାନ ଅନ୍ତର୍ଜାତୀୟ ଚାପରେ ଅଭିନନ୍ଦନଙ୍କୁ ଛାଡ଼ି ଦେଇଥିଲା। ସ୍ବାଧୀନତା ଦିବସ ଅବସରରେ ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା ।

ସମ୍ବନ୍ଧିତ ଖବର