ନୂଆଦିଲ୍ଲୀ : ଆଇଆଇଟି ମାଡ୍ରାସର ଡିଫେନ୍ସ ଷ୍ଟଡିଜ୍ର ଛାତ୍ରଛାତ୍ରୀମାନଙ୍କୁ ବାଲାକୋଟ୍ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍ ବିଷୟରେ ଜଣାଇଥିଲେ ପାଇଲଟ୍ ଅଭିନନ୍ଦନଙ୍କ ବାପା ସିମ୍ହାକୁଟ୍ଟୀ ବର୍ତମାନ । ଏୟାର ଷ୍ଟ୍ରାଇକ୍କୁ ମାସେ ଉପରେ ବିତି ସାରିଥିବା ବେଳେ ପାଇଲଟ୍ ଅଭିନନ୍ଦନଙ୍କ ବାପା ସିମ୍ହାକୁଟ୍ଟୀ ବର୍ତମାନ ଭାରତୀୟ ବାୟୁସେନା କିଭଳି ଏୟାର ଷ୍ଟ୍ରାଇକ୍ କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ ।
ତାଙ୍କ କହିବା ଅନୁଯାୟୀ, ଭାରତ ବାଲାକୋଟ୍ରେ ଥିବା ଜୈସ୍ର ପ୍ରଶିକ୍ଷଣ ଶିବିର ଉପରେ ଯେଉଁ ସମୟରେ ଆକ୍ରମଣ କରିଥିଲା, ସେ ସମୟରେ ସେଠାରେ ୨୫୦-୩୦୦ଆତଙ୍କବାଦୀ ଉପସ୍ଥିତ ଥିଲେ । ଭାରତୀୟ ବାୟୁସେନା ୧୦୦୦କିଲୋ ଓଜନର ବୋମା ଜୈସ୍ର ପ୍ରଶିକ୍ଷଣ ଶିବିର ଉପରେ ପକାଇଥିବା ବେଳେ ଆଶା କରାଯାଉଛି କି ସେଠାରେ ଉପସ୍ଥିତ ଥିବା ୩୦୦ଆତଙ୍କବାଦୀ ନିହତ ହୋଇଥିବେ । ପାକିସ୍ତାନ ଏ କଥାକୁ ସ୍ୱୀକାର କରି ନଥିଲେ ମଧ୍ୟ ଆତଙ୍କବାଦୀ ନିହତ ହୋଇ ନଥିବା କଥାକୁ କେହି ଏଡ଼ାଇ ପାରିବେ ନାହିଁ । ପାକ୍ର ଏଫ୍ -୧୬ ବିମାନ ଏବଂ ଅମରାମ ମିସାଇଲ ବହୁତ ବିପଦଜନକ ଥିବାରୁ ଭାରତୀୟ ବାୟୁସେନାକୁ ବାଲାକୋଟ୍ ଯିବା ପୂର୍ବରୁ ସେମାନଙ୍କ ଆଖି ଆଗରୁ ବଞ୍ଚିବାର ଥିଲା । ଯାହା ପାଇଁ ପାକ୍ ଲଢ଼ୁଆ ବିମାନଙ୍କୁ ଅଲଗା ଦିଗରେ ନେବା ପାଇଁ ଭାରତ ପ୍ରଥମେ ୭ଟି ବିମାନକୁ ବାହାବଲପୁର ଦିଗରେ ପଠାଇଥିଲା ।
/sambad/media/post_attachments/wp-content/uploads/2019/04/photo-2019-03-01-10-27-26-1551416347-300x225.jpg)
ଯାହାଦ୍ୱାରା ପାକ୍ ସେନା ଭାରତ ବାହାବଲପୁରରେ ଥିବା ଜୈସ୍ର ମୁଖ୍ୟାଳୟ ଉପରେ ଆକ୍ରମଣ କରିବ ବୋଲି ଭାବି ନିଜର ସବୁ ଲଢ଼ୁଆ ବିମାନକୁ ବାହାବଲପୁର ଅଭିମୁଖେ ପଠାଇ ଦେଇଥିଲା ପାକ୍ । ଏହା ପରେ ପରେ ଭାରତୀୟ ବାୟୁସେନା ନିଜର ଯୋଜନା ମୁତାବକ, ଖୁବ୍ ସହଜରେ ବାଲାକୋଟ୍ରେ ଆକ୍ରମଣ କରି ପାରିଥିଲେ ବୋଲି କହିଥିଲେ ସିମ୍ହାକୁଟ୍ଟୀ ବର୍ତମାନ ।