ବାୟୁସେନା ଦିବସରେ ବିମାନ ଉଡାଇଲେ ଅଭିନନ୍ଦନ ବର୍ତ୍ତମାନ୍ ଓ ବାଲାକୋଟ୍ ଏୟାରଷ୍ଟ୍ରାଇକ କରିଥିବା ବୀର ପାଇଲଟ୍

ହିଣ୍ଡନ୍:  ଆଜି ଭାରତ ପାଳୁଛି ୮୭ ତମ ବାୟୁସେନା ଦିବସ । ଏଥିପାଇଁ ହିଣ୍ଡନ୍ ଏୟାରବେସରେ ବିଭିନ୍ନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବାଲାକୋଟ୍ ଏୟାରଷ୍ଟ୍ରାଇକରେ ଭାଗ ନେଇଥିବା ପାଇଲଟ୍ ଓ ସ୍କ୍ବାଡନ ଲିଡର ଅଭିନନ୍ଦନ ବର୍ତ୍ତମାନ ବିମାନ ଉଡାଣ କରିଛନ୍ତି।

ଏହି  କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ସାମିଲ୍ ହୋଇଛି ଚିନୁକ୍ ହେଲିକ୍ୟାପ୍ଟର, ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍  ଓ ଯୁଦ୍ଧ ହେଲିକ୍ୟାପ୍ଟର ଅପାଚେ । ଏହି କାର୍ଯ୍ୟକ୍ରମରେ ବାୟୁସେନା ହିରୋ ଅଭିନନ୍ଦନ ବର୍ତମାନ୍ ମିଗ୍ -୨୧ ବାଇସନ୍ ଉଡାଇଛନ୍ତି । ସେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନର ପିଛା କରୁଥିବା ସମୟରେ ସେ ପାକିସ୍ତାନ ସୀମାରେ ପ୍ରବେଶ କରି ଏଫ୍-୧୬ କୁ ମାରି ଗଡାଇଥିଲେ । କାର୍ଯ୍ୟକ୍ରମରେ ମିରାଜ-୨୦୦୦, ସୁଖୋଇ ଏବଂ ଗ୍ଲୋବମାଷ୍ଟର ବିମାନର ମଧ୍ୟ ଉଡାଣ କରାଯାଇଥିଲା।

ବାୟୁସେନା ଦିବସ ଅବସରରେ ସର୍ବପ୍ରଥମେ ଏୟାର୍ ୱାରିୟର୍ (ବାୟୁ ଯୋଦ୍ଧା) ଡ୍ରି୍ରଲ୍ ଟିମ୍ ନିଜ ଜୋସ୍ ଦେଖାଇଥିଲେ । ଏହି ଯବାନମାନେ ୫ କିଲୋ ଓଜନର ବନ୍ଧୁକକୁ ଖେଳନା ଭଳି ଏପଟେ ସେପଟେ ବୁଲାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ।

ସୁମିତ୍ ତିୱାରୀ ଏହି ଦଳର ନେତୃତ୍ୱ କରୁଥିଲେ । କାର୍ଯ୍ୟକ୍ରମରେ ଏୟାରଫୋର୍ସର୍ ମୁଖ୍ୟ ରାକେଶ୍ କୁମାର ଭଦୋରିୟା ନିଜ ସମ୍ବୋଧନରେ ସହିଦ୍ ହୋଇଥିବା ବାୟୁସେନାର ଯବାନଙ୍କୁ ମନେ ପକାଇଥିଲେ ଏବଂ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର