ନୂଆଦିଲ୍ଲୀ: ଭାରତୀୟ ବୀର ପାଇଲଟ୍ ଅଭିନନ୍ଦନ ବର୍ତମାନ ତାଙ୍କର ସାହସିକତା ପାଇଁ ପୂରା ବିଶ୍ୱରେ ପ୍ରଶଂସିତ ହୋଇଥିବା ବେଳେ ତାଙ୍କୁ ପରିହାସ କରି ପାକିସ୍ତାନ କରିଥିବା ଏକ ଅସମ୍ମାନଜନକ କାର୍ଯ୍ୟ ଏବେ ବିଶ୍ୱ ଦରବାରରେ ଚର୍ଚ୍ଚା ପାଲଟିଛି। ବିଶ୍ୱକପ୍ ମ୍ୟାଚ୍ରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଭାରତ-ପାକ୍ ମ୍ୟାଚ୍କୁ ଦୃଷ୍ଟିରେ ରଖି ପାକିସ୍ତାନ ଅଭିନନ୍ଦନଙ୍କର ମିମିକ୍ରି କରି ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ଭିଡିଓ ପ୍ରକାଶ କରି ସମଗ୍ର ବିଶ୍ୱରେ ନିଜେ ନିଜର ନୀଚ ପଣର ପରିଚୟ ଦେଇଛି।
ପାକିସ୍ତାନୀଙ୍କ କବଳରେ ଥିବା ସମୟରେ ଭାଇରାଲ୍ ହୋଇଥିବା ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓକୁ ମନେ ପକାଇଲେ ଆପଣ ଏହି ଭିଡିଓ ସହ ରହିଥିବା ସଂଯୋଗକୁ ଠିକ୍ ଭାବେ ବୁଝିପାରିବେ। ସେ ସମୟରେ କମାଣ୍ଡର୍ ଅଭିନନ୍ଦନ ହାତରେ ଏକ ଚା କପ୍ ଧରିଥିଲେ। ପାକିସ୍ତାନୀମାନେ ତାଙ୍କୁ ତାଙ୍କ ବିଷୟରେ ପଚାରିବାରୁ ସେ କେବଳ ‘ମୁଁ ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନ, ଏହା ବ୍ୟତୀତ ଆଉ କୌଣସି ତଥ୍ୟ ଦେଇପାରିବି ନାହିଁ’ ବୋଲି କହିଥିଲେ।
Jazz TV advt on #CWC19 takes the Indo-Pak air duel to new level. It uses the air duel over Nowshera and Wing Co Abhinandan Varthaman's issue as a prop. @IAF_MCC@thetribunechd@SpokespersonMoD@DefenceMinIndiapic.twitter.com/30v4H6MOpU
— Ajay Banerjee (@ajaynewsman) June 11, 2019
ଅଭିନନ୍ଦନଙ୍କର ସେ ସମୟର ଭିଡିଓକୁ କେନ୍ଦ୍ର କରି ଏବେ ପାକିସ୍ତାନୀମାନେ ଭାରତକୁ ପରିହାସ କଲା ପରି ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଦୃଶ୍ୟମାନ ହୋଇଥିବା ବ୍ୟକ୍ତି ଜଣଙ୍କ ଅଭିନନ୍ଦନଙ୍କ ପରି ନିଶ ରଖିବା ସହ ଭରତୀୟ କ୍ରିକେଟ୍ ଟିମ୍ ପୋଷାକରେ ଦେଖିବାକୁ ମିଳିଛନ୍ତି। ତାଙ୍କୁ ପଚରାଯାଉଛି ଯେ ଭାରତ ଟସ୍ ଜିତିଲେ କ’ଣ କରିବ? ଅଭିନନ୍ଦନ ବେଶଧାରୀ ଜଣକ ଉତ୍ତର ଦେଉଛନ୍ତି ଯେ ମୁଁ ଏ ସଂପର୍କରେ କିଛି କହିପାରିବି ନାହିଁ। ଭାରତୀୟ ଟିମ୍ ପକ୍ଷରୁ କେଉଁ ଖେଳାଳିମାନେ ପଡ଼ିଆକୁ ଓହ୍ଲାଉଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ବି ଉତ୍ତର ମିଳିଛି ମୁଁ କହିପାରିବି ନାହିଁ। ତା’ପରେ ତାଙ୍କୁ ଚା’ କିପରି ହୋଇଛି ବୋଲି ପଚରା ଯିବାରୁ ଚା’ ବହୁତ ଭଲ ବୋଲି ସେ ଉତ୍ତର ଦେଉଛନ୍ତି। ତା’ପରେ ତମେ ଏବେ ଯାଇପାର କହିବାରୁ ସେ ଉଠିକରି ଯିବା ସମୟରେ ପଛ ପଟରୁ ତାଙ୍କୁ ଅଟକାଇ କପ୍ ଦେଇ ଯାଅ ବୋଲି କୁହା ଯାଉଥିବାର ଶୁଣିବାକୁ ମିଳିଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ, ବିଶ୍ୱ କପ୍ ମ୍ୟାଚ୍ରେ କପ୍ କେଉଁ ଦେଶ ନେବ ତାହା ତ ମ୍ୟାଚ୍ ସମାପ୍ତ ପରେ ହିଁ ଜଣାପଡ଼ିବ। ମାତ୍ର ବିଶ୍ୱ କପ୍ ମ୍ୟାଚ୍ ପୂର୍ବରୁ କପ୍ ସଂପର୍କିତ ବିଭିନ୍ନ ମଜାଦାର୍ ଫଟୋ, ମେମେ, ଭିଡିଓ ସବୁ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା। ମାତ୍ର ଏଥର ବିଶ୍ୱକପ୍ରେ ପାକିସ୍ତାନ ପକ୍ଷରୁ ଜାରି ହୋଇଥିବା ଭିଡିଓକୁ ଏକ ମଜା ନୁହେଁ, ବରଂ ଜଣେ ବୀରଙ୍କୁ ଏପରି ଭାବେ ଅପମାନିତ କରିବା ଏକ ସଭ୍ୟତାବିହୀନ କାର୍ଯ୍ୟ ବୋଲି କୁହାଯାଇପାରେ।