ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଡି- ବ୍ରିଫିଙ୍ଗ୍‌ ଶେଷ; ସେ ଏବେ ସୁସ୍ଥ ହେଲେ କିଛି ସପ୍ତାହ ଛୁଟିରେ ରହି ନେବେ ବିଶ୍ରାମ

ନୂଆଦିଲ୍ଲୀ: ପାକିସ୍ତାନ୍‌ରେ ଦୀର୍ଘ ୬୦ ଘଣ୍ଟା କାଳ ଯୁଦ୍ଧବନ୍ଦୀ ରହି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଡି- ବ୍ରିଫିଙ୍ଗ୍‌ ଭାରତୀୟ ବାୟୁସେନା ଏବଂ ଅନ୍ୟ ଏଜେନ୍ସିଗୁଡ଼ିକ ପକ୍ଷରୁ ଆଜି (ଗୁରୁବାର) ଶେଷ ହୋଇଯାଇଛି।

ଅନ୍ୟପକ୍ଷରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପରେ ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଓ ରେଫରାଲ ହସ୍‌ପିଟାଲରେ ରହି ଚିକିତ୍ସିତ ହେଉଥିବା ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ତେବେ, ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ମାନସିକ ଚାପରୁ ସଂପୂର୍ଣ୍ଣ ରୂପେ ମୁକ୍ତ ହୋଇ ନଥିବାରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କିଛି ସପ୍ତାହ ପାଇଁ କାର୍ଯ୍ୟରେ ଯୋଗ ନଦେଇ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ଠାରୁ କିଛି ସପ୍ତାହ ପାଇଁ ଛୁଟିରେ ନିଜ ଘରକୁ ଯାଇଛନ୍ତି। ପରିବାର ସହ କିଛି ସପ୍ତାହ କଟାଇବା ପରେ ସେ ପୁଣି ଆସି ତାଙ୍କ କାର୍ଯ୍ୟରେ ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର