ଇଡିର ସମନ ପରେ ସାଂସଦ ଅଭିଷେକ ବାନାର୍ଜୀଙ୍କ ପ୍ରତିକ୍ରିୟା; ବିଜେପିକୁ ଦେଶରୁ ନହଟାଇବା ପର୍ଯ୍ୟନ୍ତ ଲଢ଼ିବୁ

କୋଲକାତା: ଗୋଟେପଟେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଏବେ ସିବିଆଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବି କୋଇଲା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କରିଛି । ନୋଟିସ ପାଇବା ପରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଇଡିର ନୋଟିସ ପାଇ ମୁଁ ଡରୁ ନାହିଁ | ଯେପର୍ଯ୍ୟନ୍ତ ଆମେ ବିଜେପିକୁ ଆମ ଦେଶ ବାହାରକୁ ନଫିଙ୍ଗିଛୁ ସେ ପର୍ଯ୍ୟନ୍ତ ଟିଏମସି ଯୁଦ୍ଧ ଜାରି ରଖିବ। ପ୍ରତ୍ୟେକ ରାଜ୍ୟ ଯେଉଁଠାରେ ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି, ଟିଏମସି ସେହି ସବୁ ରାଜ୍ୟକୁ ଯାଇ ଲୋକଙ୍କ ପାଇଁ ଲଢ଼ିବ।

ଅନ୍ୟପକ୍ଷରେ ଦିଦି କହିଛନ୍ତି ଯେ, ଆପଣ ଆମ ବିରୁଦ୍ଧରେ ଇଡିକୁ କାହିଁକି ଲଗାଉଛନ୍ତି? ଗୋଟିଏ ମାମଲାକୁ ନେଇ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଆମ ପାଖରେ ଆପଣଙ୍କ ବିରୋଧରେ ଏକାଧିକ ମାମଲା ରହିଛି | କିପରି ଲଢ଼ିବାକୁ ହୁଏ ଆମେ ଜାଣୁ |

The Indian Express

ସେ ଆହୁରି ମଧ୍ୟ କହିଛନ୍ତି ଯେ, “କୋଇଲା ଦୁର୍ନୀତି ପାଇଁ ଟିଏମସି ଉପରକୁ ଆଙ୍ଗୁଳି ଉଠାଇବାର କୌଣସି ମୂଲ୍ୟ ନାହିଁ | କାରଣ ଏହା କେନ୍ଦ୍ର ଅଧୀନରେ ଅଛି। ଆସାନସୋଲ ଅଞ୍ଚଳର ପଶ୍ଚିମବଙ୍ଗ କୋଇଲା ଖଣି ଲୁଟ କରିଥିବା ବିଜେପି ନେତାଙ୍କ ବିଷୟରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ବିଜେପି ଭାବିଛି କି?”ବୋଲି ପ୍ରଶ୍ନ କରିଛନ୍ତି ଦିଦି |

ତେବେ ପଚରାଉଚରା ପାଇଁ ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ଡାକିବା ସହ ସେମାନଙ୍କର ବ୍ୟାଙ୍କ ବିବରଣୀ ବି ମାଗିଛି । ଇଡି ତରଫରୁ କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କୁୁ ସେପ୍ଟେମ୍ବର ୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରିବା ସହ ରୁଜିରାଙ୍କୁ ସେପ୍ଟେମ୍ବର ପହିଲାରେ ହାଜର ହେବାକୁ ନୋଟିସ କରିଛି ଇଡି ।

ସମ୍ବନ୍ଧିତ ଖବର