ନୂ୍ଆଦିଲ୍ଲୀ: ଛତିଶଗଡର ବସ୍ତରରେ ନକ୍ସଲମାନଙ୍କ ବିରୋଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ କବିରଧାମ ପୁଲିସ ଆକସନମୋଡରେ ରହିଛି।
ଯବାନମାନଙ୍କ ସାମ୍ନା କରି ନପାରି ନକ୍ସଲମାନେ ଲୁଚିବା ପାଇଁ ନିରାପଦ ସ୍ଥାନ ଖୋଜୁଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ନକ୍ସଲମାନେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସୀମା ଅଞ୍ଚଳରେ ପହଞ୍ଚି ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ସୂଚନା ପାଇବାପରେ କବିରଧାମ ପୁଲିସ କଠୋର ହୋଇ ଯାଇଛି।
ନକ୍ସଲମାନଙ୍କୁ ଗିରଫ କରିବା ପାଇଁ ଏସପି ଅଭିଷେକ ପଲ୍ଲଭ ଏକ ବଡ ଘୋଷଣା କରି କହିଛନ୍ତି, ‘ଯେଉଁମାନେ ନକ୍ସଲଙ୍କ ସୂଚନା ଦେବେ ସେମାନଙ୍କୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ପୁଲିସ ବିଭାଗରେ ସରକାରୀ ଚାକିରି ବି ପ୍ରଦାନ କରାଯିବ।
ଛତିଶଗଡରେ ବିଜେପି ସରକାର ଗଠନ ପରେ ନକ୍ସଲମାନଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିର୍ବାଚନ ବୈଠକରେ ଗୃହମନ୍ତ୍ରୀ ମଧ୍ୟ ଛତିଶଗଡରୁ ନକ୍ସଲମାନଙ୍କୁ ହଟାଇବାକୁ ଘୋଷଣା କରିଛନ୍ତି।
ଜିଲ୍ଲାର ନକ୍ସଲ ପ୍ରଭାବିତ ସୀମାନ୍ତ ଗ୍ରାମରେ ବସବାସ କରୁଥିବା ୩୫,୦୦୦ ଲୋକଙ୍କ ମୋବାଇଲ୍ ଫୋନକୁ ପୁଲିସ ବାର୍ତ୍ତା ପଠାଇ କହିଛି, ନକ୍ସଲମାନଙ୍କ ବିଷୟରେ ସୂଚନା ଦେବା, ଆତ୍ମସମର୍ପଣ କରାଇବା ଏବଂ ଏନକାଉଣ୍ଟରରେ ନକ୍ସଲଙ୍କ ହତ୍ୟା ହେବା ଘଟଣା ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏଥିସହ ଉକ୍ତ ବ୍ୟକ୍ତିଙ୍କୁ ସରକାରୀ ବିଭାଗରେ ଚାକିରି ମଧ୍ୟ ଦିଆଯିବ।
ଏସପିଙ୍କ ଏହି ଘୋଷଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/t-149.jpg)