ଆମେରିକାରେ ଗର୍ଭପାତ ବଟିକାର ଚାହିଦା ହଠାତ୍ ବଢିଯାଇଛି, କାରଣ ଜାଣନ୍ତୁ

ନ୍ୟୁୟର୍କ : ଆମେରିକା ସୁପ୍ରିମକୋର୍ଟଙ୍କ ଗର୍ଭପାତକୁ ନେଇ ଥିବା ସାମ୍ବିଧାନିକ ଅଧିକାର ନିଷିଦ୍ଧ ହେବା ପରେ ଆମେରିକାରେ ଗର୍ଭପାତ ବଟିକାର ଚାହିଦା ହଠାତ ବଢିଯାଇଛି । କାରଣ ଆଗକୁ ଅନେକ ଆମେରିକୀୟ ରାଜ୍ୟ ଗର୍ଭପାତକୁ ନିଷିଦ୍ଧ କରିବାକୁ ଯାଉଛନ୍ତି ।

ଲୋକମାନଙ୍କୁ ଔଷଧ ଖାଇ ଗର୍ଭପାତ କରାଇବାରେ ସହାଯ୍ୟ କରୁଥିବା ‘ଜଷ୍ଟ ଦି ପିଲ୍’ ନାମକ ଏକ ଏନଜିଓ ପାଖକୁ ଦୈନିକ ଶହ ଫୋନକଲ ଆସିବାରେ ଲାଗିଛି । ସୁପ୍ରିକୋର୍ଟଙ୍କ ରାୟ ଆସିବା ପରେ ହିଁ ଏହି ଏନଜିଓ ପାଖକୁ ଫୋନକଲ ଆସିବା ଆରମ୍ଭ ହୋଇଯାଇଥିଲା । ସବୁଠାରୁ ଅଧିକ କଲ ଟେକ୍ସାସ ଓ ଅନ୍ୟ କେତେକ ରାଜ୍ୟରୁ ଆସୁଛି, ଯେଉଁଠାରେ ଇତିମଧ୍ୟରେ ଗର୍ଭପାତ ନିଷିଦ୍ଧ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ ମେଡିକେସନ ଆବରସନ ବା ଔଷଧ ଖାଇ ଗର୍ଭପାତ କରିବା ଲାଗି ଆମେରିକାର ଔଷଧ ନିୟନ୍ତ୍ରକ ୟୁଏସଏଫଡିଏଙ୍କ ସ୍ବୀକୃତିପ୍ରାପ୍ତ ବଟିକା ବା ଟାବଲେଟ ରହିଛି । ଏହି ପ୍ରକ୍ରିୟାରେ ଦୁଇଟି ଅଲଗା ଅଲଗା ବଟିକା ୨୪ରୁ ୪୮ ଘଣ୍ଟା ବ୍ୟବଧାନରେ ସେବନ କରାଯାଇଥାଏ ।

ଆମେରିକାର ସୁପ୍ରିମକୋର୍ଟ ଗତ ୨୪ ତାରିଖ ଦିନ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣିକରି ଗର୍ଭପାତ ଲାଗି ଆମେରିକାର ସମ୍ବିଧାନ ଦେଇଥିବା ଅଧିକାରକୁ ପ୍ରତ୍ୟାହାର କରିନେଇଛନ୍ତି । ରଏ ବନାମ ଓ୍ବାଡେ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ । ଏହା ଫଳରେ ଆମେରିକାର ବିଭିନ୍ନ ରାଜ୍ୟରେ ଗର୍ଭପାତ ଉପରେ ନିଷେଧାଜ୍ଞା ଲାଗିପାରିବ । ବିଶେଷକରି ଯେଉଁ ରାଜ୍ୟଗୁଡ଼ିକରେ ଅଧିକ ରକ୍ଷଣଶୀଳ ସରକାର ଅଛନ୍ତି ସେଗୁଡ଼ିକ ଗର୍ଭପାତକୁ ନିଷିଦ୍ଧ କରିବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର