ଉଜ୍ଜୟିନୀ: ବୁଧବାର ବଡ଼ି ସକାଳୁ ପଶ୍ଚିମ ମଧ୍ୟପ୍ରଦେଶର କେତେକ ଜିଲ୍ଲରେ ମରୁ ପଙ୍ଗପାଳ ପ୍ରବେଶ କରିଥିବାର ଖବର ମିଳିଛି। ଉଜ୍ଜୟିନୀ ଜିଲ୍ଲାର ପାନବିହାର ନିକଟବର୍ତ୍ତୀ ରଣହେରା ଗାଁର ଗଛବୃଚ୍ଛରେ ନିୟୁତ ନିୟୁତ ପଙ୍ଗପାଳ ଖେଦିଯାଇଛନ୍ତି। ଫଳରେ ୧୨ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ପଙ୍ଗପାଳରେ ସମ୍ପୂର୍ଣ୍ଣ ଛାଇ ହୋଇଯାଇଥିଲା।
ଏହି କୀଟମାନଙ୍କ କବଳରୁ ଫସଲ ବଞ୍ଚାଇବାକୁ କୃଷକମାନେ ବଡ଼ ପାଟି କରିବା ସହ ସେମାନଙ୍କୁ ଘଉଡ଼ାଇବାକୁ ମଶାଲ ଆଦି ଜାଳିଥିଲେ। କେତେକ ସ୍ଥାନରେ ସେମାନେ ଢୋଲ ଓ ଡାକବାଜି ଯନ୍ତ୍ରରେ ଗୀତ ମଧ୍ୟ ବଜାଇଥିଲେ।
କୃଷି ବିଭାଗର ଉପନିର୍ଦେଶକ ନୀଲମ ସିଂହ କହନ୍ତି, କୃଷି ବିଭାଗର ଏକ ଟିମ୍ ତିନି ଘଣ୍ଟା ଧରି ୧୨ ବର୍ଗ କିଲୋମିଟର ଅଞ୍ଚଳରେ ଦମକଳ ଗାଡ଼ି ଦ୍ବାରା କୀଟନାଶକ ସିଞ୍ଚନ କରିଛନ୍ତି।
Image Source: Zee Newsମଧ୍ୟପ୍ରଦେଶର ୧୫ଟି ଜିଲ୍ଲାକୁ ପଙ୍ଗପାଳ ଆକ୍ରମଣ ବିପଦ ରହିଥିବା କଥା କୃଷିବିଭାଗ କହିଛି।
ରାଜସ୍ଥାନ ଦେଇ ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶକୁ ପ୍ରବେଶ କରିଛନ୍ତି। ମଧ୍ୟପ୍ରଦେଶର ଉଜ୍ଜୟିନୀ, ମନ୍ଦସୌର, ନୀମୁଚ, ଅଗର-ମାଲୱା ଏବଂ ଅନ୍ୟାନ୍ୟ ଜିଲ୍ଲାର ଚାଷୀମାନେ ଏହି କୀଟମାନଙ୍କ ଯୋଗୁଁ ପ୍ରଭାବିତ ହେବେ।
ଆଉ ଦଳେ ପଙ୍ଗପାଳ ନୀମୁଚ ପଟରୁ ଆକ୍ରମଣ କରି ହନୁମନ୍ତିଆ, ଗର୍ଜର ଖେଦି, ଖୋର, ନୟାଗାଓଁ, କେଶପୁର, କନକ, ସଂଗ୍ରଣ ଆଦି ଅଞ୍ଚଳର ଫସଲର କ୍ଷୟକ୍ଷତି କରିଛନ୍ତି। ଅନେକ ଦଶନ୍ଧି ହେବ ଏ ଭଳି ଦୃଶ୍ୟ ଦେଖି ନ ଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/locust.jpg)