୩୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ ପାଇଁ ଏଲ୍‌ଓସିରେ ସୁଯୋଗ ଅପେକ୍ଷାରେ ରହିଛନ୍ତି; ସେନାମୁଖ୍ୟ

ନୂଆଦିଲ୍ଲୀ: ଭାରତ- ପାକ୍‌ ସୀମାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ସେପଟେ ପାକିସ୍ତାନ ମାଟିରେ ୩୦୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ଓ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌। ପାକିସ୍ତାନ ଦ୍ୱାରା ତାଲିମ୍‌ ପ୍ରାପ୍ତ ଏହି ଆତଙ୍କବାଦୀମାନେ ପାକ୍‌ ସେନାର ସହାୟତାରେ ଭାରତ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ପ୍ରକାରର ଆତାଙ୍କବାଦୀ ହାମ୍‌ଲା ଘଟାଇବା ଯୋଜନାରେ ରହିଛନ୍ତି।

ତେବେ, ଭାରତୀୟ ସେନା ଏହାର ମୁକାବିଲା କରିବାକୁ ସଂପୂର୍ଣ୍ଣ ସଜାଗ୍‌ ଓ ପ୍ରସ୍ତୁତ ରହିଛି। ଖାଲି ଏତିକି ନୁହେଁ ଯଦି ଚୀନ୍‌ ଓ ପାକିସ୍ତାନ ସୀମା ପଟୁ ଭାରତ ପ୍ରତି ଯେ କୌଣସି ପ୍ରକାରର ବିପଦ ସୃଷ୍ଟି ହୁଏ ତାହାର ଉପଯୁକ୍ତ ଜବାବ୍‌ ଦେବାକୁ ନିଜର ସାମର୍ଥ୍ୟ ରଖିଛି ବୋଲି ବାର୍ଷିକ ସାମ୍ବାଦିକ ସମ୍ମିଳନୀ ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌।

ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ କହିଛନ୍ତି ଯେ ଜମ୍ମୁ- କଶ୍ମୀର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତୀୟ ସେନା ସେଠାରେ ଡେରା ପକାଇ ରହିଛି। ତେବେ, ଯଦି ସୀମା ଆରପଟୁ ଦେଶ ପ୍ରତି କୌଣସି ପ୍ରକାରର ବିପଦ ସୃଷ୍ଟି ହୁଏ, ତେବେ ସେ କ୍ଷେତ୍ରରେ ଭାରତୀୟ ସେନା ଚୁପ୍‌ ବସିବ ନାହିଁ ବୋଲି ସେ ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର