ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ : ଲିଟିଲ ମାଷ୍ଟରରୁ ମାଷ୍ଟର ବ୍ଲାଷ୍ଟର; ଅନେକ ସ୍ବର୍ଣ୍ଣିମ ରେକର୍ଡର ମୁକସାକ୍ଷୀ

ଅହମଦାବାଦ: ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାଟର ଅହମଦାବାଦରେ ଥିବା ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଏହି ଷ୍ଟାଡିୟମର ନାମ ପୂର୍ବରୁ ସର୍ଦ୍ଦାର ପଟେଲଙ୍କ ନାମାନୁସାରେ ରଖାଯାଇଥିବା ବେଳେ ଆଜି ଏହାର ପୁନଃ ନାମକରଣ କରାଯାଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମାନୁସାରେ ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରଖାଯାଇଛି।

ଏହି ଷ୍ଟାଡିୟମ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ହୋଇଥିବା ବେଳେ ଏଠାରେ ୧,୩୨,୦୦୦ ଦର୍ଶକ ବସିବାର କ୍ଷମତା ରହିଛି। ଏହି ଷ୍ଟାଡିୟମ୍ ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମଠାରୁ ମଧ୍ୟ ଆକାରରେ ବଡ଼ ଓ ବୃହତ୍। ୭୦୦ କୋଟି ଟଙ୍କା ବ୍ୟୟରେ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ଏହି ଷ୍ଟାଡିୟମର ନିର୍ମାଣ କରିଛି।

India vs England 3rd Test: Motera Cricket Stadium, World's Biggest, to be Renamed as Narendra Modi
News18

ସୂଚନାଯୋଗ୍ୟ ଯେ, ପୂର୍ବରୁ ୪୯ ହଜାର ଦର୍ଶକ ବସିବା ଭଳି କ୍ଷମତା ଥିବା ବେଳେ ମୋଟେରା ଷ୍ଟାଡିୟମରେ ୨୩ଟି ଦିନିକିଆ ଆୟୋଜନ କରାଯାଇଥିଲା। ଏହିଠାରେ ହିଁ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ଟେଷ୍ଟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏଠାରେ ଟେଷ୍ଟ ଜୀବନର ପ୍ରଥମ ଦ୍ବିଶତକ ପୂରଣ କରିଥିଲେ। ଏହି ଷ୍ଟାଡିୟମ ୧୯୮୨ରେ ନିର୍ମାଣ କରାଯାଇଥିଲା। ୧୮୫୩ ମସିହାରେ ନିର୍ମାଣ ହୋଇଥିବା ମେଲବର୍ନ ଷ୍ଟାଡିୟମ୍ ସଂପ୍ରତି ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମର ମାନ୍ୟତା ବହନ କରୁଛି। ଏହି ଷ୍ଟାଡିୟମରେ ୯୦,୦୦୦ ଦର୍ଶକ ବସିବାର କ୍ଷମତା ରହିଛି। ହେଲେ ନବୀକରଣ ପରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଦର୍ଶକ କ୍ଷମତା ୧,୩୨,୦୦୦କୁ ବୃଦ୍ଧି ପାଇଛି। ଏହାଦ୍ବାରା  ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମର ମାନ୍ୟତା ପାଇପାରିଛି।

ସମ୍ବନ୍ଧିତ ଖବର