ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ। କେଉଁ ରାଜ୍ୟରେ, କାହାର ସରକାର ଗଠନ ହେବ ତାହା ତ ନିର୍ବାଚନ ପରେ ଜଣାପଡ଼ିବ, କିନ୍ତୁ ବର୍ତ୍ତମାନ ଏବିପି ନ୍ୟୁଜ୍-ସି ଭୋଟର ଏହାର ସଦ୍ୟତମ ସର୍ଭେରେ ଏହି ରାଜ୍ୟଗୁଡିକର ଲୋକଙ୍କ ମୁଡ଼କୁ ଉପସ୍ଥାପନ କରିଛି | ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି ପୁଣିଥରେ  ଉତ୍ତରପ୍ରଦେଶରେ ଜିତିପାରେ | ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଏହି ସର୍ଭେ ପାଞ୍ଚଟି ରାଜ୍ୟର ୧,୦୭,୧୯୩ ଜଣ ଲୋକଙ୍କୁ ନେଇ କରାଯାଇଥିଲା |

Advertisment

ଏବିପି ନ୍ୟୁଜ୍-ସି ଭୋଟର ସର୍ଭେ ଅନୁଯାୟୀ, ଉତ୍ତରପ୍ରଦେଶରେ ବିଜେପି ୨୧୩ ରୁ ୨୨୧ ସିଟ୍ ପାଇପରେ | ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୫୨-୧୬୦ ସିଟ୍ ପାଇପାରେ । ବିଏସପି ୧୬ ରୁ ୨୦ଟି ସିଟ୍, କଂଗ୍ରେସ ୬ ରୁ ୧୦ଟି ସିଟ୍ ଏବଂ ଅନ୍ୟମାନେ ୨ରୁ ୬ଟି ଆସନ ପାଇପାରନ୍ତି | ଗତ ନିର୍ବାଚନରେ ​​ବିଜେପି ୩୨୫ଟି ଏବଂ ଏସପି ୪୮ଟି ଆସନ ପାଇଥିଲା | ବିଏସପି ୧୯ଟି ଆସନ ଏବଂ କଂଗ୍ରେସ ସାତୋଟି ଆସନ ଜିତିଥିଲା। ତେବେ ସର୍ଭେ ମୁତାବକ ବିଜେପି ପ୍ରାୟ ଶହେଟି ସିଟ୍ ହରାଉଛି। ସେହିପରି ପ୍ରିୟଙ୍କାଙ୍କ ନେତୃତ୍ୱରେ ଏହି ସର୍ଭେରେ କଂଗ୍ରେସ ସେଭଳି କୌଣସି କମାଲ କରିବାର ଦେଖିବାକୁ ମିଳୁନାହିଁ |

publive-image one india

ଏବିପି ନ୍ୟୁଜ୍-ସି ଭୋଟରଙ୍କ ସର୍ଭେରେ ପଞ୍ଜାବର ସର୍ଭେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ସର୍ବବୃହତ ଦଳ ଭାବେ କଂଗ୍ରେସ ନୁହେଁ ବରଂ ଆମ୍ ଆଦମୀ ପାର୍ଟି ଉଭା ହୋଇପାରେ | ସେହିପରି କୌଣସି ଗୋଟିଏ ବି ଦଳ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଦେଖିବାକୁ ମିଳିନାହିଁ। ସର୍ଭେ ଅନୁଯାୟୀ କଂଗ୍ରେସ ୪୨-୫୦ଟି ଆସନ ପାଇଥିବା ବେଳେ ଅକାଳୀ ଦଳ ୧୬-୨୪ ଏବଂ ବିଜେପି ୧ଟି ଆସନ ପାଇପାରନ୍ତି | ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସର୍ବାଧିକ ଲାଭବାନ ହୋଇପାରେ । ୪୭ ରୁ ୫୩ଟି ସିଟ୍ ଆମ୍ ଆଦମୀ ପାର୍ଟିର ଖାତାରେ ଯାଇପାରେ |